ନିୟମକୁ ଫୁ କରି ଚାଲିଥିଲା ଭୋଜି, ତହସିଲଦାର ଙ୍କ ଚଢ଼ଉ ;ଜରିମାନା ଆଦାୟ

0
517

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଦଦରାଲୁଣ୍ଡା ଓ ମୁଜାଗଡ଼ ଗ୍ରାମରେ କୋଭିଡ ନିୟମକୁ ଉଲ୍ଲଂଘନ କରି ବାହାଘର ଓ ନିର୍ବନ୍ଧ ଭୋଜି ଆୟୋଜନ ହେଉଥିବା ଖବର ପାଇ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ ଓ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୁଇ ଭୋଜି ବନ୍ଦ କରିଥିଲେ। ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ସୂଚନା ପ୍ରକାରେ ଦଦରାଲୁଣ୍ଡା ଠାରେ ପ୍ରକାଶ କୁମାର ଗୌଡ଼ କୌଣସି ପ୍ରକାରର ପ୍ରଶାସନ ଅନୁମତି ନନେଇ ଶହ ଶହ ଲୋକଙ୍କ ପାଇଁ ବିବାହ ଭୋଜି ଆୟୋଜନ କରିଥିବା ରୁ ଉକ୍ତ ମାମଲା ପୁଲିସ କୁ ହସ୍ତାନ୍ତର କରିଛନ୍ତି। ସେହିପରି ଅନୁମତି ନ ନେଇ ମୁଜାଗଡ଼ ଠାରେ ଏକ ଘର ମଧ୍ୟରେ ଶହେ ଲୋକଙ୍କ ପାଇଁ ନିର୍ବନ୍ଧ ଭୋଜି ଆୟୋଜନ କରିଥବାରୁ ପୁଲିସ ଉପସ୍ଥିତରେ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here