ଅବକାରୀ ଧରପଗଡ;୧୬ଲିଟର ବିଦେଶିମଦ,୫ଲିଟର ଦେଶୀମଦ ସହିତ ୨ଜଣ ଗିରଫ

0
273

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା)ଗଜପତି ଆର ଉଦୟଗିରି ବ୍ଳକ ରେ ବିଭିନ୍ନ ଅଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ଯାହା କି ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧିକାରୀ ପ୍ରଦୀପ ପାଣି ଗ୍ରାହୀଙ୍କ ଅଧ୍ୟକ୍ଷତାରେ.ଉଦୟଗିରି ଅବକାରୀ ବିଭାଗ ଅଧିକାରୀ ବିର୍ଜା ଦାମି ଓ କର୍ମଚାରୀ ମିଳିତ ଆନୁକୁଲ୍ୟରେ ମୋହନା ବ୍ଳକର ବିଭିନ୍ନ ଅଞ୍ଚଳରେ ଚ଼ଢ଼ାଭକରି ମାଣିକପୁର ଛକଠାରେ ବିଦେଶୀ ମଦ ୧୬ ଲିଟର ଧରି ଗାଡ଼ିକୁ ଅପେକ୍ଷା କରିଥିବା ସମୟରେ ଚଢାଉ କରିଥିଲେ । ଏଥିରେ ସଂପୃକ୍ତ ଥିବା ବ୍ୟକ୍ତି ସୁରିୟ ନାରାୟଣ ପଣ୍ଡାଙ୍କୁ ଗିରଫ କରିଛି । ସେହିପରି ଚନ୍ଦ୍ରଗିରି ବଜାର ଛଳ ଠାରେ ୫ ଲିଟର ସରକାରୀ ଦେଶୀମଦ ଧରି ଚନ୍ଦ୍ରଗିରି ଗ୍ରାମର ବଚା ସନ୍ତୋଷ ଦୋରାଙ୍କୁ ଗିରଫ କରିଛି । ସେହିପରି ଚନ୍ଦ୍ରଗିରି ଫାଣ୍ଡି ନିକଟ ଜଗନ୍ନାଥପୁର ନାଳ ନିକଟରେ ରନ୍ଧା ଯାଇ ରଖାଯାଇଥିବା ଦେଶୀ ମଦ ୫ ଲିଟର ଅବକାରୀ ବିଭାଗ ଜବତ କରିଛି । ଲକଡ଼ାଉନ ସମୟରେ ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ ଖୋଲାଖୋଲି ଭାବେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଅବକାରୀ ବିଭାଗ ଲୋକ ଦେଖାଣିଆ ଭାବେ କାଁ ଭଁ। ଚଢଉ କରୁଥିବା ବେଳେ ବହୁ ବ୍ୟବସାୟୀଙ୍କୁ ଧରିବାରେ ବିଫଳ ହେଉଛି। ବହୁ ମଦ ମାଫିଆ ଚୋରା କାରବାରରେ ଲିପ୍ତ ରହିଛନ୍ତି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବାକୁ ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି ।
ଲକଡାଉନ ସମୟରେ ଅବକାରୀ ବିଭାଗ ଦିନରାତି ଏକ କରି ମୋହନା ଅଞ୍ଚଳରେ ଧରାଯାଉଥିବା ବେଳେ କାହିଁକି ରା, ଉଦୟଗିରି ଅଞ୍ଚଳର ବିଭିନ୍ନ ଗ୍ରାମରେ ଦେଶୀ ଓ ବିଦେଶୀ ମଦ ଯୋଆଡେ ଦେଖିଲେ ସିଆଡେ ମଦ ଭାସୁଛି ହେଲେ ମଧ୍ୟ କାହିଁକି ଚଢାଉ କରିବାକୁ ଇଛାପ୍ରକାଶ କରୁନଥିନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି । ଲକଡାଉନ୍ ଓ ସଡ୍ ଡାଉନ ସମୟ ମଧ୍ୟ ଚୋରାମଦ ଅବାଧ୍ୟରେ କରାରବାର ଚାଲିଛି ଅବକାରୀ ଓ ପୁଲିସ ସବୁ ଜାଣି କାହିଁକି ଚପୁ ରହିଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ହେଉଛି, କିନ୍ତୁ ପ୍ରକୃତରେ ମାଫିଆଙ୍କ ସହିତ ଅବକାରୀ ବିଭାଗ ଓ ପୁଲିସ ବିଭାଗର ନଇ ଅକୁଲ ସଂପର୍କ ଥିବା ଯୋଗୁଁ ପ୍ରଶାସନିକ ନିର୍ଦ୍ଦେଶ ହେବାର ସଂପର୍କରେ ପୂର୍ବ ନିର୍ଦ୍ଦେଶ ଦିଆଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳିଛି ।

ରିପୋର୍ଟ :ବସନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here