ଦୁଇ ବାଇକ୍ ମୁହାଁମୁହିଁ ; ଦୁଇ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର

0
262

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ଆଜି ବେଲଗୁଣ୍ଠା ବ୍ଳକ୍ କୋକୋଲୁଣ୍ଡା ଛକ ନିକଟରେ ଦୁଇ ମୋଟରସାଇକେଲ୍ ମୁହାଁମୁହିଁଁ ଧକ୍କା ହେବା ଫଳରେ ଗୋଟିଏ ବାଇକ୍ ରେ ଥିବା ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ବାଇକ୍ ଚାଳକ ବାଇକ୍ ଧରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି I ସୂଚନା ପ୍ରକାରେ ସାବି ରାଲି (25) ଏବଂ ମାରୁଫ ରାଲି (20) ନାମକ ଦୁଇଜଣ ବ୍ୟକ୍ତି OR07Y0718 ନମ୍ବର୍ ବିଶିଷ୍ଟ ଏକ ଟିଭିଏସ୍ ମୋଟରସାଇକେଲ୍ ରେ ରାଜନପଲ୍ଲୀ ପଟୁ ଆସୁଥିବା ବେଳେ ବେଲଗୁଣ୍ଠା ପଟୁ ଯାଉଥିବା ଏକ ଅଜଣା ବାଇକ୍ ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା I ଫଳରେ ସାବି ଏବଂ ମାରୂଫ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ସମୟରେ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ସହାୟତାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି I ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବେଲଗୁଣ୍ଠା ଥାନା ଏସଆଇ ନନ୍ଦ କିଶୋର ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here