କଟକଣା କୁ ଭୁଲି ଚାଲିଥିଲା ବିବାହ ଭୋଜି ;ପୋଲିସ ପ୍ରଶାସନର ଚଢ଼ାଉ

0
259

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) କୋଭିଡ କଟକଣା କୁ ଉଲଙ୍ଘନ କରି ସୋରଡ଼ା ଅନ୍ତର୍ଗତ ଗେଞ୍ଜା ପଞ୍ଚାୟତ ରେ ଚାଲିଥିବା ବିବାହ ଭୋଜି କୁ ବନ୍ଦ କରିଛି ପ୍ରଶାସନ l ରାଜ୍ୟ ରେ କୋରୋନାର ଦ୍ୱିତୀୟ ଲହରୀ ରେ ବହୁ ଲୋକ ଙ୍କ ଜୀବନ ଚାଲି ଗଲାଣି । ଦିନକୁ ଦିନ କୋଭିଡ ସଂକ୍ରମିତ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏ ନେଇ ପ୍ରଶାସନ ର ମୁଣ୍ଡ ବ୍ୟଥା ପାଲଟିଥିବା ବେଳେ କେତେକ ଅମାନିଆ ଏହାକୁ ଖୋଲାଖୋଲି ଉଲଂଘନ କରୁଛନ୍ତି l ସୋରଡ଼ା ଥାନା ଗେଞ୍ଜା ପଞ୍ଚାୟତ ରେ ଗତକାଲି ବିଳମ୍ବିତ ରାତି ରେ ଭୋଜି ଚାଲିଥିବା ବେଳେ ସୋରଡ଼ା ପୋଲିସ ଓ ତହସିଲଦାର । ଏ ନେଇ କୌଣସି ସୂତ୍ର ରୁ ଖବର ପାଇଁ ତହସିଲଦାର ରବିନ୍ଦ୍ର କୁମାର ମିଶ୍ର ଏବଂ ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ନେତୃତ୍ୱରେ ଗେଞ୍ଜା ଗ୍ରାମରେ ପହଞ୍ଚି ଭୋଜିକୁ ବନ୍ଦ କରିଥିଲେ । ଏହା ସହ କୋଭିଡ ନିୟମ ଉଲଂଘନ କରିଥିବା ଅଭିଯୋଗ ରେ ଆୟୋଜକ ଙ୍କ ଠାରୁ ୮ ହଜାର ଟଙ୍କା ର ଜୋରିମାନା ଆଦାୟ କରିଥିବା ଜଣାପଡିଛି l ଏହି ଭଳି ସ୍ଥିତି ରେ ମଧ୍ୟ ଲୋକ ମାନେ ସଚେତନତା ହେଉନାହାନ୍ତି । ପ୍ରଶାସନ ଦ୍ୱାରା ବାର ବାର ଲୋକ ମାନଙ୍କୁ ସଚେତନତା କରିବା ସତ୍ୱେ ଏହି ଭଳି ପରିସ୍ଥିତି ଉପୁଜୁଛି ।ଏଥି ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ବାଧ୍ୟ ହେଉଛି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here