ଲୋକେ ମାନୁନାହାନ୍ତି କୋଭିଡ କଟକଣା

0
287

ପୋଲସରା (ନ୍ୟୁଜଏକ୍ସଟ୍ରା ) ଗତ କିଛି ଦିନ ଧରି ବିବାହ କାର୍ଯ୍ୟ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଲୋକମାନେ ମାନୁନଥିବା ଜଣାପଡ଼ିଛି। ଗତ କାଲି ଦୁଇଟି ଭୋଜି ବନ୍ଦ କରାଯିବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ଆଜି ଅର୍ଥାତ ମଇ ୧୩ ତାରିଖରେ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ନିମିନା ଗ୍ରାମ ଓ ରାଣୀପଡା ଗ୍ରାମ ରେ ଭୋଜି ଉପରେ ଚଢ଼ାଉ କରାଯାଇ ଭୋଜି ବନ୍ଦ କରାଯାଇଛି । ରାଜ୍ୟ ସରକାରଙ୍କ ଲକ୍ ଡାଉନ ନିୟମ ପ୍ରକାରେ ବିବାହ ଭୋଜି ପାଇଁ ଅନୁମତି ଆଣି ୫୦ ଜଣ ମଧ୍ୟରେ ଲୋକଙ୍କୁ ନେଇ ବିଭାହ ଭୋଜି କରାଯାଇ ପାରିବ। ହେଲେ ଲୋକମାନେ ନିର୍ଦ୍ଦେଶକୁ ମାନୁନଥିବା ଓ ଅନୁମତି ନଆଣି ଅଧିକ ସଂଖ୍ୟକ ଲୋକଙ୍କୁ ନେଇ ଭୋଜି କରିବାର ଦେଖାଦେଇଛି । ଆଜି ପୋଲିସ ପ୍ରଶାସନ ପକ୍ଷରୁ ଦୁଇ ଗୋଟି ଭୋଜିରୁ ଅର୍ଥ ଦଣ୍ଡ ଆଦାୟ କରାଯାଇଛି।ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭୋଜିଭାତରେ ଯଦି ଅଧିକ ସଂଖ୍ୟକ ଜନସମାଗମ ହୁଏ, ତେବେ ଆଗାମୀ ଦିନରେ ଏହି ଅଞ୍ଚଳରେ କରୋନା ସଂକ୍ରମଣ ବଢିବା ଅସମ୍ଭବ ନୁହେଁ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here