ଆନ୍ତର୍ଜାତୀୟ ବେଳାଭୂମୀ ସଫେଇ ଦିବସ ପାଳିତ

0
248

ବ୍ରହ୍ମପୁର: ଦେଶର ପ୍ରମୁଖ ପକୃତି ସଂରକ୍ଷଣ ଉପରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଡବ୍ଲୁ ଡବ୍ଲୁ ଏଫ ପକ୍ଷରୁ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ସମେତ ପୁରୀ ଜିଲ୍ଲାର ଅସ୍ତରଙ୍ଗ ମୁହାଣରେ ଆନ୍ତର୍ଜାତୀୟ ବେଳାଭୂମୀ ସଫେଇ ଦିବସ ଅବସରରେ ମୁହାଣ ଗୁଡିକୁ ସଫେଇ କରାଯାଇଛି। ଏହି ସମୟରେ ସଂଗଠନ ପକ୍ଷରୁ ଅଧିକ ରୁ ଅଧିକ ସ୍ଥାନୀୟ ବାସିନ୍ଧା ମାନଙ୍କୁ ସାମିଲ କରିବା ସହିତ ସେମାନଙ୍କୁ ବେଳାଭୂମି ସଫେଇ ଦ୍ୱାରା କସାମୁଦ୍ରିକ ଜୀବଯନ୍ତୁ କେତେ ସୁରକ୍ଷା ପାଉଛନ୍ତି ସେ ନେଇ ସଚେତନତା କରିଥିଲେ। ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ବିରଲ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ପ୍ରମୂଖ ସ୍ଥାନ ପାଲଟି ଥିବା ବେଳେ ସଂଗଠନ ପକ୍ଷରୁ ପ୍ରତି ବର୍ଷ ଏହି ବେଳାଭୂମିକୁ ସଫେଇ କରାଯାଉଛି। ସେହିପରି ସେପ୍ଟେମ୍ବର ମାସର ତୃତିୟ ଶନିବାରକୁ ଦେଶବ୍ୟାପି ବିଶ୍ୱ ବେଳାଭୂମୀ ସଫେଇ ଦିବସ ରୂପେ ପାଳନ କରୁଥିବା ବେଳେ ଆଜି ସଂଗଠନ ପକ୍ଷରୁ ରାଜ୍ୟର ଦୁଇଟି ସ୍ଥାନରେ ବେଳାଭୂମୀ ସଫେଇ କରିଛନ୍ତି। ଋଷିକୂଲ୍ୟା ମୁହାଣର ଆୟୋଜିତ ସଫେଇ କାର୍ଯ୍ୟକ୍ରମକୁ ସଂଗଠନର ସଦସ୍ୟ ଜି ଶିବ ପରିଚାଳନା କରିଥିବା ବେଳେ ଗୋଖରକୁଦା ଗ୍ରାମର ବହୁ ବାସିନ୍ଧା ଓ ଯୁବପୀଢୀ ସଫେଇ କାର୍ଯ୍ୟରେ ସହାୟତା କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here