କୋଡ଼ିଙ୍ଗା ପଞ୍ଚାୟତ ତରଫରୁ ଭୋକିଲା ମୁହଁରେ ଆହାର ଯୋଗାଣ

0
474

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ଗତ ୫ତାରିଖରୁ ଜିଲ୍ଲାରେ ଲାଗିଛି ଲକ୍ଡାଉନ୍ , ଏହି ସମୟରେ ଅତି ଗରିବ ନିଃସହାୟ ଲୋକ ମୁଠାଏ ଦାନା ଯୋଗାଡ କରିବାକୁ ମଧ୍ୟ ଅସମର୍ଥ ହେଉଛନ୍ତି ସେହି ମାନଙ୍କୁ ସହଯୋଗ ର ହାତ ବଢ଼ାଇଛନ୍ତି କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ପଞ୍ଚାୟତର ୧୧ ଟି ୱାର୍ଡ ରେ ପ୍ରତିଦିନ ପ୍ରାୟ ୮୫ ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଛି । ନିଜେ ସରପଞ୍ଚ ଘର ଘର ବୁଲି ରନ୍ଧା ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି । ସରପଞ୍ଚ ଙ୍କ ଏହି ପ୍ରୟାସ ଯୋଗୁଁ ଗରିବ ମାନେ ଦୁଇ ଅଳି ଖାଦ୍ୟ ପାଇ ପାରୁଛନ୍ତି, ମୁଖ୍ୟତଃ ମାନସିକ ବିକୃତି ଗ୍ରସ୍ତ, ଅତିଗରିବ, ଙ୍କୁ ଚିହ୍ନଟ କରାଯାଇ ଏକ ତାଲିକା ପ୍ରସ୍ତୁତ କରା ଯାଇଛି । ଏହି ତାଲିକା ଅନୁଯାୟୀ ଖାଦ୍ୟ ଯୋଗାଇ ଦିଆଯାଉଛି ଏହି ପ୍ରୟାସ କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଏହି ମହାମାରୀ ଯୋଗୁଁ ସମସ୍ତ ଙ୍କ ଉପରେ ପ୍ରଭାବ ପଡିଛି । ଗରିବ ଶ୍ରେଣୀର ଲୋକ ଦୁଇ ଓଳି ର ଖାଦ୍ୟ ଯୋଗାଡ କରିବାକୁ ମଧ୍ୟ ସକ୍ଷମ ହେଉ ନାହାନ୍ତି । ଏହି ଅସମୟରେ ସରକାର ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପ୍ରଶାସନ ର ସ୍ବାଗତ ଯୋଗ୍ୟ ପଦକ୍ଷେପ। ସରକାର ଙ୍କ ନିର୍ଦେଶ କ୍ରମେ ଲକ୍ ଡାଉନ୍ ଆରମ୍ଭ ହେବା ଦିନ ଠାରୁ ଅସହାୟ ଙ୍କୁ କୋଡ଼ିଙ୍ଗା ପଞ୍ଚାୟତ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି, ମୁଖ୍ୟତଃ ମାନସିକ ବିକୃତି ଗ୍ରସ୍ତ, ଅସହାୟ ଓ ଗରିବ ଲୋକଙ୍କୁ ଦିଆଯାଉଛି, ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ରତ୍ୟକ ୱାର୍ଡ କୁ ଯାଇ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here