ଆଲପୁର ଗ୍ରାମ ନିକଟ ଚିଲିକାରେ ଅଘଟଣ, ରାମ ମୃର୍ତ୍ତି ବିସର୍ଜନ କରୁଥିବା ବେଳେ ଚିଲିକାରେ ବୁଡି ୩ ଜଣ ଗୁରୁତର ଜଣେ ମୃତ

0
349

ଖଲିକୋଟ (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଲପୁର ଗ୍ରାମ ନିକଟ ଚିଲିକାରେ ଅଘଟଣ। ରାମ ମୃର୍ତ୍ତି ବିସର୍ଜନ କରୁଥିବା ବେଳେ ଚିଲିକାରେ ବୁଡି ୩ ଜଣ ଗୁରୁତର ଜଣେ ମୃତ। ସୂଚନା ମୁତାବକ ଚିଲିକା ନକଟବର୍ତ୍ତି ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜାର ଆଜି ବିସର୍ଜନ କରିବା ପାଇ ଡଙ୍ଗା ସାହାର୍ଯ୍ଯରେ ଚିଲିକା ଭିତରକୁ ଯାଇଥିବା ବେଳେ ହଟାତ ଗଭିର ପାଣି ଭିତରକୁ ଚାରିଜଣ ଡଙ୍ଗାରୁ ଖସି ପଡିଥିଲେ। ପରେ ପାଖରେ ଥିବା ଡଙ୍ଗା ସାହାର୍ଯ୍ଯରେ ୩ ଜଣଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲ ନିଆଯାଇଥିବା ବେଳେ ଜଣେ ନିଖୋଜ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଅଗ୍ନିଶମ ବାହିନୀ ଓ ପଥରା ଗ୍ରାମର ଯୁବ ଗୋଷ୍ଠୀ ମିଳିତ ଭାବେ ଦିର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଖୋଜ ଥିବା ଯୁବକୁ ଉଦ୍ଧାର କରାଯାଇଥିଲା । ପରେ ଅଗ୍ନିଶମ ବାହିନୀ ଗାଡ଼ି ଯୋଗେ ଯୁବକଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ । ମୃତ ଯୁବକ ଜଣକ ହେଲେ ଓଡ଼ିଆ ଆଲପୁର ଗ୍ରାମର ସନ୍ତୋଷ ତରେଇଙ୍କ ପୁଅ ବିଭୁତି ତରେଇ ବୋଲି ଜଣାପଡ଼ିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here