ବସ୍ ଧକ୍କାରେ ଜଣେ ଗୁରୁତର

0
401

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଥାନା ଅଧୀନ ଜାମପଲ୍ଲୀ ଛକ ନିକଟରେ ଏକ ଯାତ୍ରୀ ବାହି ବସ୍ ଧକ୍କାରେ ଜଣେ ଗୁରୁତର ଭାବେ ଆହତ ହୋଇ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଗାମୁଣ୍ଡି ଗ୍ରାମର ଗୟା ନାୟକ (୪୫) । ସୂଚନା ଅନୁସାରେ ଗୟା ଗାମୁଣ୍ଡି ଗ୍ରାମରୁ ଚାଲି ଚାଲି ଜାମପଲ୍ଲୀ ଗ୍ରାମ କୁ ଆସୁଥିବା ବେଳେ ସେହି ସମୟରେ ଭଞ୍ଜନଗର ରୁ ବେଲଗୁଣ୍ଠା ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସେ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ଗୟା ଙ୍କ ହାତ ଟି ଭାଙ୍ଗି ଯାଇଥିବା ଜଣାପଡିଛି

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here