ବେଗୁନିଆପଡ଼ା ଓ କୋଦଳାରେ ସାପ୍ତାହିକ ସଟଡାଉନ ପ୍ରଭାବ, ରାସ୍ତାଘାଟ ଜନଶୂନ୍ୟ

0
269

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା) ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏନେଇ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କରେ ଶନିବାର ଓ ରବିବାର ଦୁଇଦିନିଆ ସାପ୍ତାହିକ ସଟଡାଉନ ଘୋଷଣା କରିଛନ୍ତି । ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଓ କୋଦଳାରେ ଦେଖିବାକୁ ପଡ଼ିଛି । ଯାହାଫଳରେ ରାସ୍ତାଘାଟ ଶୁନଶାନ୍ ସହିତ ଜନଶୂନ୍ୟ ହୋଇଥିଲା । ଏପରିକି ପ୍ରମୁଖ ସ୍ଥାନ ଛକ ନିକଟରେ ପୋଲିସ ଯାଞ୍ଚ କଡାକଡି କରିଥିଲା । ରାଜ୍ୟରେ କୋରନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହାକୁ ଦମନ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କୁ ସହରାଞ୍ଚଳ ଗୁଡ଼ିକରେ ସାପ୍ତାହିକ ସଟଡାଉନ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ପ୍ରଭାବରେ ସଂକ୍ରମଣ କିଛି ମାତ୍ରାରେ ରୋକିପାରିବ ।

LEAVE A REPLY

Please enter your comment!
Please enter your name here