ସାମ୍ବାଦିକ ତଥା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମ୍ପାଦକଙ୍କ କରୋନାରେ ଦେହାନ୍ତ

0
620

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବୁଗୁଡା ବ୍ଲକର ସାମ୍ବାଦିକ ତଥା ବାଲିପଦର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ସମ୍ପାଦକ ରତ୍ନାକର ମହାରଣାଙ୍କ ୪୫ ବର୍ଷ ବୟସରେ କରୋନାରେ ଆକ୍ରାନ୍ତ ହୋଇ ଏପ୍ରିଲ ୨୩ ତାରିଖ ଦିନ ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଥଣ୍ଡାଜ୍ଵର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥିଲେ ମଧ୍ୟ ଅଧିକ ଜଟିଳ ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ଯାଇଥିଲେ। ସେଠାରେ କୋଭିଡ ଟେଷ୍ଟ ପରେ ପଜିଟିଭି ଚିହ୍ନଟ ପରେ କୋଭିଡ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ତିନିଦିନ ପୂର୍ବେ ସାମାନ୍ୟ ଉନ୍ନତି ହୋଇଥିଲେ ମଧ୍ୟ ପୁଣି ଅମ୍ଳଜାନ ସ୍ତରରେ ଯଥେଷ୍ଟ କମିବା ସହ ଗୁରୁତର ହେବାର ଖବର ପାଇ ତାଙ୍କ ଧର୍ମପତ୍ନୀ ଆଜି ସକାଳେ ବ୍ରହ୍ମପୁର ଯାଇଥିଲେ। ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ରତ୍ନାକରଙ୍କ ମୃତ୍ୟୁ ଘଟିଥିଲା। ସ୍ବର୍ଗତ ରତ୍ନାକର ମହାରଣା ବାଲିପଦର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସମ୍ପାଦକ, ଘୁମୁସର ର ସ୍ୱର ସଂଗଠନର ସମ୍ପାଦକ ଓ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜର ସମ୍ପାଦକ ଥିବାବେଳେ ଜିଲ୍ଲା ସମାଚାର ଓ ନ୍ୟୁଜ ୧୦ ୱେବ ଚ୍ୟାନେଲ ଏବଂ କଳିଙ୍ଗ ଜ୍ୟୋତି ଓ ନନ୍ଦିନୀ ଦୈନିକ ପତ୍ରିକାର ବୁଗୁଡା ପ୍ରତିନିଧି ଥିଲେ। ମୃତ୍ୟୁ ଖବର ପ୍ରଚାର ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବୁଗୁଡା ପ୍ରେସ କ୍ଳବ, ବାଲିପଦର ଘୁମୁସର ର ସ୍ୱର, ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ,ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରାଯାଇଛ

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here