ବ୍ରହ୍ମପୁରରେ ଲେନିନ ଜୟନ୍ତୀ ପାଳିତ

0
271

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବିଶ୍ୱର ମହାନ ଦାର୍ଶନିକ , ବିଶିଷ୍ଟ ମାର୍କ୍ସବାଦୀ ତତ୍ବବିତ୍ତ ତଥା ସର୍ବହରା ଶ୍ରେଣୀର ଜନନାୟକ ଭି. ଆଇ. ଲେନିନ ଙ୍କ 151ତମ ଜୟନ୍ତୀ ଉପଲକ୍ଷେ ଆଜି ସ୍ଥାନୀୟ ହିଲ ପାଟଣା ସ୍ଥିତ ସିପିଆଇ ଏମ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକ ରେ ପାର୍ଟି ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ. ସୋଭିଏତ ରୁଷ ରେ ଅତ୍ୟାଚାରୀ ଜାର ଶାସକ ଶ୍ରେଣୀ ବିରୁଦ୍ଧରେ ସେଠାକାର ଶ୍ରମିକ, ଗରିବ ଚାଷୀ, ଶୋଷିତ ଜନସାଧାରଣ ଙ୍କ ବୀରତ୍ୱ ପୂର୍ଣ୍ଣ ସଂଗ୍ରାମ କୁ ପ୍ରଶଂସା କରିଥିଲେ. ରୁଷ ରେ ପ୍ରଥମ ଥର ପାଈଁ ଶ୍ରମିକ ଶ୍ରେଣୀ ନେତୃତ୍ୱ ରେ ସରକାର ପ୍ରତିଷ୍ଠା ହୋଇଥିଲା. ସେ ବିପ୍ଳବ ର ନେତୃତ୍ୱ ନେଇ ଥିଲେ ଲେନିନ.
ବିପ୍ଳବ ମାଧ୍ୟମରେ ଏକ ବୈପ୍ଲବିକ ପରିବର୍ତନ ଅଣାଯାଇ ପାରିଥିଲା. ପୁଞ୍ଜିବାଦ ବ୍ୟବସ୍ଥା ର ବିଲୋପ କରି ସମାଜବାଦୀ ସମାଜ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା. ଏକ ଶ୍ରେଣୀ ମୁକ୍ତ ଓ ଶୋଷଣ ହୀନ ସମାଜ ବ୍ୟବସ୍ଥା ପ୍ରତିଷ୍ଠା କରିବାରେ ଲେନିନ ଙ୍କ ଅବଦାନ ଅବିଶ୍ଵରଣୀୟ ବୋଲି କହିଥିଲେ. ଆଜିର ଏ ସାମ୍ପ୍ରତିକ ପରିସ୍ଥିତିରେ ପୁଞ୍ଜିବାଦ ବ୍ୟବସ୍ଥା ର ବିଲୋପ ପାଈଁ ଶ୍ରମିକ ଓ କୃଷକ ଏକତା ବଦ୍ଧ ହୋଇ ଆନ୍ଦୋଳନ କୁ ଜୋରଦାର କରି ଏକ ଶକ୍ତିଶାଳୀ କମ୍ୟୁନିଷ୍ଟ ପାର୍ଟି ଗଢ଼ି ତୋଳିବା ଦିଗରେ ଆଗେଆସିବାକୁ ସେ ଆହ୍ୱାନ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଏମ ନେତା ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ପି ହରିକୃଷ୍ଣ ରେଡଡି ପ୍ରତାପ ଚୌଧୁରୀ, ରଞ୍ଜନ ପାତ୍ର, ଜି. ଚିଟି ବାବୁ ରେଡଡି, ପ୍ରମୁଖ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here