କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଜୋରିମାନା ସହ ଦୁଇଟି ଦୋକାନ ସିଲ୍

0
246

ବାଲିଗୁଡ଼ା,(ନ୍ୟୁଜ ଏକ୍ସଟ୍ରା) କରୋନା ଦ୍ବିତୀୟ ଲହରୀରେ ସାରା ଦେଶରେ ହୁହୁ ହୋଇ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଅଞ୍ଚଳରେ ସାମାଜିକ ଦୂରତା ଓ ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି । କୋଭିଡ୍ ନିୟମ ଉଲଘଂନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ଆଜି ଦୁଇଟି ଦୋକାନ ସିଲ୍ କରାଯାଇଥିବା ବେଳେ ଅମାନିଆଙ୍କ ନିକଟରୁ ୨୯୦୦ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଅମାନିଆଙ୍କ ନିକଟରୁ ଜୋରିମାନା ଆଦାୟ କରାଯାଉଥିବା ବିଷୟ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ପ୍ରକାଶ କରିଛନ୍ତି ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here