କୋଷାଗୁମୁଡା ରେ ଅମାନିଆଙ୍କୁ ତଣ୍ଡ ,ଦୋକାନ ସିଲ

0
493

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ କରନା ସଂକ୍ରମଣ ର ବୃଦ୍ଧି କୁ ନେଇ କୋଷାଗୁମୁଡ଼ା ଠାରେ ସୋମବାର ମାସ୍କ ଯାଞ୍ଚ ହୋଇଥିଲା । ମାସ୍କ ନ ପିନ୍ଦି ଅମାନିଆ ମାନେ କୋଷାଗୁମୁଡ଼ା ପୋଲିସ ର ଏହି ମାସ୍କ ଯାଞ୍ଚ ସମୟରେ ଧରାପଡି ସରକାରଙ୍କ ନିୟମାନୁସାରେ ତଣ୍ଡ ଦେଇଥିଲେ । ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ , କୋଡ଼ିଙ୍ଗା ତହସିଲଦାର ସବ୍ୟସାଚୀ ଜେନା ଙ୍କ ନେତୃତ୍ୱରେ କୋଷାଗୁମୁଡ଼ା ଥାନା ଅଧିକାରୀ ନଟବର ନନ୍ଦ ଓ ପୁଲିସ କର୍ମଚାରୀ ସ୍ଥାନୀୟ ଦୋକାନ ଓ ବଜାରରେ ମାସ୍କ ଯାଞ୍ଚ କରିଥିଲେ । ସରକାର ଙ୍କ କୋବିଡ଼ ନିୟମାବଳୀ କୁ ମାନି ମାସ୍କ ପରିଧାନ କରିବାକୁ ଉଭୟ ଦୋକାନୀ ଓ ଜନ ସାଧାରଣ ଜନତା ଙ୍କୁ ସଚେତନତା ର ବାର୍ତ୍ତା ଦେଇଥିଲେ । ଏହି ଯାଞ୍ଚ ରେ ଅମାନିଆ ଙ୍କ ଠାରୁ ୩୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସନ୍ତୋଷପୁର ଗାଁ ରେ ଏକ କିରାନି ଦୋକାନ କୁ ସିଲ କରାଯାଇଛି ଓ କୋଷାଗୁମୁଡ଼ା ର କିଛି ବସ୍ତ୍ରାଳୟ, ମୋଟର ଗ୍ୟାରେଜ,ସେଲୁନ ଓ ପାନ ଦୋକାନ ରେ ମାସ୍କ ପରିଧାନ ନ କରିବା ଓ ଗହଳି କରିଥିବାରୁ ଜୋରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଆହୁରି ଯାଞ୍ଚ ପ୍ରକ୍ରିୟା କୁ କଡାକଡି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here