ଗୁଣି ସନ୍ଧେହ ରେ ବୃଦ୍ଧକୁ ହତ୍ୟା ; ୫ ଗିରଫ

0
365

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅଧିନ କଇଠ ଖଳାଦଣ୍ଡା ଗ୍ରାମରେ ଗତ 30 ତାରିଖରେ ଏକ ଅଭାବନୀୟ ଘଟଣା ଘଟିଥିଲା।ଗ୍ରାମର ରାସ୍ତା ପାର୍ଶ୍ୱ ଜମିରୁ ଜଣେ ବୃଦ୍ଧଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର କରିଥିଲା ବଡଗଡ଼ ପୋଲିସ।ମୃତକ ଜଣକ ଥିଲେ ଢ଼ିମିରିପଙ୍କାଳ ଗାଁର ଧର୍ମା ନାୟକ।ସେ ଜଳଖିଆ ଖାଇବାକୁ ଦୋକାନକୁ ଯାଇ ଆଉ ଫେରି ନଥିଲେ।ପରେ ଘର ଲୋକ ତାଙ୍କ ମୃତ ଦେହ ରାସ୍ତା ପାଶ୍ଵରେ ପଡିଥିବା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଜାଣିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ନେଇ ବଡଗଡ଼ ପୋଲିସ ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ।କାରଣ ମୃତକ ଧର୍ମା ନାୟକଙ୍କ ମୁହଁ ଭାଗରେ ପଥର ଛେଚା ହୋଇଥିଲା। ଏହାକୁ ଆଧାର କରି ପୋଲିସ ତନାଘନା ଜାରି ରଖିଥିଲା।ଆଜି ଏହି ହତ୍ୟା କାଣ୍ଡ ରେ ଜଡ଼ିତ 5 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଢ଼ିମିରିପଙ୍କାଳ ଗାଁ ରେ ଧର୍ମା ଗତ କିଛି ବର୍ଷ ହେବ ତାନ୍ତ୍ରିକ ବିଦ୍ୟା କରୁଥିବା ଗାଁର ଲୋକେ ସନ୍ଦେହ କରୁଥିଲେ।ଏପରିକି ଗିରଫ ହୋଇଥିବା ପାଞ୍ଚ ଜଣ ବୁଦ୍ଧିଆ ନାୟକ,ଧୋବା ନାୟକ,ବୁଲୁ ନାୟକ,ରୋହିତ ନାୟକ ଓ ଦାସ ନାୟକ ଙ୍କ ଘର ଆଗରେ ମୃତ ଧର୍ମା ନାୟକ ଚାଉଳ ଓ କିଛି ଫୁଲ ପକାଉଥିଲେ।ଯାହା ଫଳରେ ଆସାମୀ ପାଞ୍ଚ ଜଣଙ୍କ ଘରର ଲୋକେ ସବୁ ସମୟରର ନାନା ପ୍ରକାରର ରୋଗରେ ପଡୁଥିଲେ।ତେଣୁ ହତ୍ୟା କରିଥିବା ଏହି ପାଞ୍ଚ ଜଣ ଧର୍ମାଙ୍କୁ ଗୁଣି ସନ୍ଦେହ କରି ତାଙ୍କୁ ରାସ୍ତାରୁ ହଟେଇବାକୁ ଯୋଜନା କରିଥିଲେ।ଆଉ 30 ତାରିଖ ଦିନ ଧର୍ମା ନିକଟ ଏକ ଗାଁ କୁ ଯାଉଥିବା ସମୟରେ ପୂର୍ବ ଯୋଜନା ଅନୁଯାଇ ତାଙ୍କୁ ଆକ୍ରମଣ କରିଥିଲେ। ଗୋଟିଏ ହାମାର ଓ ପଥର ଛେଚି ଛେଚି ତାଙ୍କୁ ହତ୍ୟା କରିଥିବା କଥା ପୋଲିସ ଆଗରେ ସ୍ପିକାର କରିଛନ୍ତି ଅଭିଯୁକ୍ତମାନେ। ଗରଫ ବ୍ୟକ୍ତିମାନଙ୍କ ଠାରୁ ପୋଲିସ ଦୁଇଟି ମଟର ସାଇକେଲ ଓ ମୋବାଇଲ ଫୋନ ମଧ୍ୟ ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା କଥା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here