ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ସମସ୍ତ ଜିନିଷ ଫେରାଇନେଲେ ବୋହୁ

0
304

ବୁଗୁଡ଼ା(ନ୍ୟୁଜ ଏକ୍ସଟ୍ରା) ଗତ ୨୦୨୧ ଫେବୃୟାରୀ ୧୪ ତାରିଖ ଦିନ ତାକରଡ଼ା ଗ୍ରାମର ଅଭିମନ୍ୟୁ ଡାକୁଆଙ୍କ ପୁଅ ସୁଶାନ୍ତ ଡାକୁଆ ବିଷ୍ଣୁଚକ୍ର ଗ୍ରାମର ସନ୍ତୋଷି ଡାକୁଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ବିବାହର ୭ ଦିନ ପରେ ଯେତେବେଳେ ସନ୍ତୋଷି ନିଜ ଗ୍ରାମକୁ ଗଲେ ଶାଶୁଘର ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରି ବୁଗୁଡା ଥାନାରେ ଏତଲା ଦେବା ସହ ଆଉ ଶାଶୁ ଘରକୁ ଯାଇନଥିଲେ। ଏନେଇ ବୁଗୁଡା ଥାନା କେଶ ନଂ ୧୨୮/୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଭାବେ ବୁଗୁଡା ଥାନା ଉପ ଆରକ୍ଷୀ ନିରୀକ୍ଷକ ତନୁଶ୍ରୀ ସାହୁ ଦାୟିତ୍ୱ ବହନ କରିଥିଲେ। ଏସଆଇ ଶ୍ରୀମତୀ ସାହୁ ଅନୁସନ୍ଧାନ ଜାରି ରଖିଥିଲେ। ଏସଆଇ ଶ୍ରୀମତୀ ସାହୁଙ୍କ ପରାମର୍ଶ କ୍ରମେ ତାଙ୍କ ଉପସ୍ଥିତରେ ଆଜି ଏପ୍ରିଲ ୬ ତାରିଖ ଦିନ ଲେଖାପଢ଼ା ହୋଇ ସୁଶାନ୍ତଙ୍କ ପରିବାର ସମସ୍ତ ଯୌତୁକ ସାମଗ୍ରୀ ଓ ନଗଦ କୋଡିଏ ହଜାର ଟଙ୍କା ସନ୍ତୋଷୀଙ୍କୁ ଫେରାଇ ଦେଇଛନ୍ତି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here