ରାଜ୍ୟ ବିଜେପି ଟିମର କୋଡ଼ିଙ୍ଗା ଧାନ ମଣ୍ଡି ପରିଦର୍ଶନ

0
604

କୋଷାଗୁମୁଡା (ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ରାଜ୍ୟ ବିଜେପି ର ଏକ ପ୍ରତିନିଧି ଦଳ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଧାନ ମଣ୍ଡି ପରିଦର୍ଶନ କରିଛନ୍ତି । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି , ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ , ବିଜେପି ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ , ରାଜ୍ୟ ସାଧାରଣ ସମ୍ପାଦକ କାଳିନ୍ଦୀ ସାମଲ , ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ , ନବରଙ୍ଗପୁର ର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ , ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦିଶ ବିଶୋଇ , ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବିଶୋଇ , ସମ୍ପାଦକ ଅରୁଣ ପ୍ରସନ୍ନ ନାୟକ , ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଜେପି ଦଳର ବିଧାୟକ ପ୍ରାଥୀ ପଦ୍ମନ ନାୟକ , ଦୁର୍ଯ୍ୟନ ମିର୍ଗାନ , ମୁରଲୀ ହାଲବା , ପ୍ରସନ୍ନ ପଟ୍ଟନାୟକ , ହରେକୃଷ୍ଣ ପ୍ରଧାନ ପ୍ରମୁଖ ଯାଇ ଉପସ୍ଥିତ ଚାଷୀଙ୍କ ସହ ଆଲୋଚନା କରି ମଣ୍ଡି ରେ ମାସ ମାସ ଧରି ଶହ ଶହ କ୍ୟୁଣ୍ଟାଲ ଧାନ ପଡିରହିଛି । ମିଲରଙ୍କ ଟାର୍ଗେଟ ନାହିଁ କହି ଧାନ ଉଠାଉ ନାହାନ୍ତି , ପ୍ରତି କ୍ୟୁଣ୍ଟାଲ ପିଛା ୫ ରୁ ୮ କେଜି ଧାନ କଟାଯାଉଛି , ଧାନ ମଣ୍ଡି ପରିସରରେ ପିଇବା ପାଣି ର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ଏସବୁର ଅବବ୍ୟସ୍ଥା ଦେଖି ବିଜେପି ପ୍ରତିନିଧି ଦଳ ବିଗଡି ଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଫୋନ ରେ ଏସବୁ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସବୁ ଧାନ ମଣ୍ଡିରୁ ଉଠିବା ସହ ସବୁ ସମସ୍ୟାର ସମାଧାନ ପାଇଁ ପ୍ରତିନିଧି ଦଳ କୁ କହିଥିଲେ । ବିଜେପି ପ୍ରତିନିଧି ଦଳ ପରିଦର୍ଶନ କରିବା ସମୟରେ ବହୁ ଚାଷୀ ନିଜ ନିଜ ର ସମସ୍ୟାକୁ ନେଇ ଜଣାଇଥିଲେ । ଯଦି ଧାନ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥା ଶୀଘ୍ର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଚାଷୀ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here