ଚୈତ୍ରମାସ ପ୍ରଥମ ମଙ୍ଗଳ ବାରରେ ବିଭିନ୍ନ ପୀଠରେ ଭକ୍ତଙ୍କ ଭିଡ଼

0
301

ଆସିକା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶାକ୍ତ ପୀଠ ଗୁଡିକରେ ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର ହେତୁ ଭିଡ଼ ଦେଖିବାକୁ ମିଳିଛି।ମାନସିକ ଧାରୀ ଶ୍ରଦ୍ଧାଳୁ ଭକ୍ତମାନେ ଚୈତ୍ରମାସ ମଙ୍ଗଳବାର ଦିନ ଶାକ୍ତ ପୀଠ ଗୁଡିକରେ ମୁଣ୍ଡନ ହେବାର ବ୍ୟବସ୍ଥା ରହିଆସିଅଛି।ତେଣୁ ଆଜି ପ୍ରଥମ ମଙ୍ଗଳ ବାରରେ ଆସିକା ସ୍ଥିତ ମା’ ଖମ୍ବେଶ୍ୱରୀ ପୀଠରେ ମଧ୍ୟ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ସକାଳୁ ସକାଳୁ ଦେଖିବାକୁ ମିଳିଛି।ମାନସିକ ଧାରୀମାନେ ବିଭିନ୍ନ ସ୍ଥାନରୁ ଆସି ମନ୍ଦିର ପ୍ରାଙ୍ଗଣରେ ଥିବା ମଣ୍ଡପରେ ମୁଣ୍ଡନ କାଯ୍ୟ କରୁଥିବା ନଜରକୁ ଆସିଛି।ମୁଣ୍ଡନ କାଯ୍ୟ ପରେ ମା’ଙ୍କ ଦର୍ଶନ କରି ନିଜର ମାନସିକ ସାରି ଫେରିଛନ୍ତି।ଚଳିତ ବର୍ଷ କୋଭିଡର ଦ୍ୱିତୀୟ ଲହାରୀକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ନାନା କଟକଣା କରିବା ସ୍ୱତେ ମଧ୍ୟ ଶକ୍ତି ପୀଠ ଗୁଡିକରେ ଅହେତୁକ ଭିଡ଼ ଲାଗି ରହିଛି ।ଏପରିକି କେତେକ ଭକ୍ତ କୋଭିଡ ନିୟମ ଅମାନିଆ କରୁଥିବାର ନଜରକୁ ଆସିଛି।ହେଲେ ମନ୍ଦିର ପରିଚାଳନା କମିଟି ଦ୍ୱରା ମନ୍ଦିରରେ ସାନିଟାଇଜ ବ୍ୟବସ୍ଥା ସହ ସାମାଜିକ ଦୁରତାକୁ ପ୍ରାଧାନ୍ୟ ଦିଆ ଯାଉଥିବା କୁହାଯାଇଛି ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here