ଖଲ୍ଲିକୋଟରେ ଭାରତ ବନ୍ଦର ପ୍ରଭାବ : ଦୋକାନ ବଜାର, ଗାଡ଼ି ଚଳାଚଳ ସବୁ ବନ୍ଦ

0
248

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା) କେନ୍ଦ୍ର ସରକାରଙ୍କ ତିନୋଟି କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନର ଅଂଶ ବିଶେଷ ଭାବେ ଅଖିଳ ଭାରତ କୃଷକ ସଂଘର୍ଷ ସମିତି ଆହ୍ୱାନ ରେ ଆଜି ଭାରତ ବନ୍ଦ ଅନୁଷ୍ଠିତ ହୋଇଛି । ଏହାକୁ ସମର୍ଥନ ଜଣାଇ ଅଖିଳ ଭାରତ କୃଷକ ସଭା ଖଲ୍ଲିକୋଟ ଅଞ୍ଚଳ ତରଫରୁ ଖଲ୍ଲିକୋଟ ଠାରେ ଧର୍ମଘଟ ପାଳନ କରାଯାଇଛି । ଆଜି ସକାଳ ୬ ଟାରୁ ନିର୍ମଳଝର ଛକ ଠାରେ ରାଜ୍ୟ ରାଜପଥ ଅବରୋଧ ସହିତ କୃଷକ ସଭା ର କର୍ମୀ ମାନେ ବିଭିନ୍ନଅଫିସ ଦପ୍ତର, କୋର୍ଟ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ବନ୍ଦ କରିଥିଲେ । ଖଲ୍ଲିକୋଟ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଏହି ଧର୍ମଘଟ ରେ ଜିଲ୍ଲା କୃଷକ ସଭା ନେତା ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, କନ୍ଧ ପ୍ରଧାନ, ସୀମାଞ୍ଚଳ ବେହେରା, କ୍ଷେତମୁଳିଆ ସଂଘ ନେତା ରଘୁନାଥ ଗୌଡ଼, ବିଦ୍ୟାଧର ବେହେରା, ରବି ସ୍ବାଇଁ, ଦୁର୍ଗା ଚରଣ ପାତ୍ର, ଶ୍ରମିକ ନେତା ଜୟରାମ ଦାଶ, ସରପଞ୍ଚ ମନୋଜ କୁମାର ଗୌଡ଼, ମାୟାଧର ନାୟକ, ଜଗବନ୍ଧୁ ଯାନୀ, ବରଜ ଶବର, ଲକ୍ଷ୍ମଣ ଜାନୀ, କବି ଜାନୀ, ବୁଲୁ ବାରିକ, ବିଶ୍ୱନାଥ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here