ଦୁଇ ଶିକ୍ଷକ ଓ ତିନି ସାମ୍ବାଦିକଙ୍କ ମାଆ ତଥା ଧର୍ମପାରାୟଣ ମହିଳାଙ୍କ ଦେହାନ୍ତ

0
407

ବୁଗୁଡା(ନ୍ୟୁଜଏକ୍ସଟ୍ରା) ପାରଳାଖେମୁଣ୍ଡି ଗଜପତି ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃଷକେତୁ ଦାଶ, ମୋହନା ସ୍କୁଲର ଶିକ୍ଷକ ଗଗନ କୁମାର ଦାଶ, ବୁଗୁଡ଼ା ସମାଜ ପ୍ରତିନିଧି ମନୋରଞ୍ଜନ ଦାଶ, ବୁଗୁଡ଼ା ପ୍ରତିଦିନ ପ୍ରତିନିଧି ଚିତ୍ତରଞ୍ଜନ ଦାଶ ଓ ମୋହନାର ସମାଜ ପ୍ରତିନିଧି ପଞ୍ଚାନନ ଦାଶଙ୍କ ମାଆ ତଥା ଧର୍ମପରାୟଣ ମହିଳା ମନୋରମା ଦାଶଙ୍କ ୭୫ ବର୍ଷ ବୟସରେ ମାର୍ଚ୍ଚ ୨୬ ତାରିଖ ଦିନ ଦେହାନ୍ତ ହୋଇଯାଇଛି। ସେ କିଛିଦିନ ହେଲା ଶ୍ଵାସ ରୋଗରେ ପୀଡିତ ଥିବା ବେଳେ ଆଜି ଶ୍ଵାସରୋଗ ଅଧିକ ହେବାଯୋଗୁଁ ପ୍ରଥମେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁରରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ଜଣାପଡିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here