ଗାଡି ଧକ୍କାରେ ଜଣକର ମୃତ୍ୟୁ

0
286

ପାରଳାଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ନିକଟରେ ଅଜଣା ଗାଡିଧକ୍କାରେ ଜଣକର ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗାରବନ୍ଧ ଗ୍ରାମର ଶାସନପୁରୁ ନାରାୟଣ ରାଓ(୪୩) ପ୍ରାତଃଭ୍ରମଣ ନିମନ୍ତେ ଗତକାଲି ସେ ତାଙ୍କ ଘରୁ ବାହାରିଥିଲେ । ସେ ଗାରାବନ୍ଧ ଥାନା ନିକଟବର୍ତ୍ତୀ ହୋଇଥିବା ବେଳେ କୌଣସି ଏକ ଗାଡି ତାଙ୍କୁ ଧକ୍କା ଦେବା ଫଳରେ ରାସ୍ତାକଡରେ ଛିଟିକି ପଡି ମୃତ୍ୟୁବରଣ କରିଥିଲେ । ନାରାୟଣ ପ୍ରତଃ ଭ୍ରମଣ ସମୟରେ ଏହି ଘଟଣା ଘଟିଥିଲା, ଯେଉଁ ସମୟରେ ଉଜ୍ଜ୍ୱଳ ବେଳ ବିହାରିଲା ସେ ସମୟରେ ଅଞ୍ଚଳବାସୀ ନାରାୟଣଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖି ଗାରାବନ୍ଧା ଥାନାକୁ ଖବର ଦେଇଥିଲ ଫଳରେ ଏହି ଘଟଣାର ଖବରପାଇ ନିକଟରେ ଥିବା ଗାରବନ୍ଧ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପାରଳାଖେମୁଣ୍ଡି ପଠାଇ ଦେଇଥିଲେ । ଶବବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇ ଥିବାର ଜଣାପଡିଛି । ଏନେଇ ଗାରବନ୍ଧ ଥାନା ରେ ୫୭/୨୧ରେ ଏକ ମାମଲା ରୁଜୁ କରାଯାଇ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରୀ ରହିଥିବାର ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here