ସୁମଣ୍ଡଳ ଓ ବେଗୁନିଆପଡା ମେଡିକାଲ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

0
256

ବେଗୁନିଆପଡା (ନ୍ୟୁଜ ଏକ୍ସଟ୍ରା):ସର୍ବ ଭାରତୀୟ ସ୍ତରରେ ମାର୍ଚ୍ଚ 24 ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଉଥିବା ବେଳେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ବେଗୁନିଆପଡା ସିଏଚସି ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି | ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମରେ ସୁମଣ୍ଡଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ରାଜେନ୍ଦ୍ର କୁମାର ପ୍ରଧାନ ଓ ବେଗୁନିଆପଡା ସି ଏଚ ସି ରେ ଡ଼ଃ ଆଦିତ୍ୟ ପ୍ରସାଦ ସାହୁ ଯୋଗ ଦେଇ ଲୋକଙ୍କୁ ସମସ୍ତ ସଚେତନ ମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶ୍ନ କୁମାର ସାହୁ,ଦୀପାଞ୍ଜଳି ନାୟକ,ସିମାଞ୍ଚଳ ନାହାକ,ଏଏନଏମ ସାବିତ୍ରୀ ସାହୁ,ଆୟୁଷ ଡ଼ଃ ସଞ୍ଜୟ କୁମାର ସାହୁ,ଏଏନଏମ ରାମ ପ୍ରସାଦ ରଥ,ଏଲ.ଏଚ.ଭି ଅନିତା ମହାନ୍ତି ଓ ସ୍ବେଛାସେବୀ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |

ରିପୋର୍ଟ:ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here