ବାରହା ଶିକାର ଲାଗି ବୋମାର ଶିକାର ହେଲା ବଳଦ

0
361

କବିସୂର୍ଯ୍ୟନଗର (ନ୍ୟୁଜଏକ୍ସଟ୍ରା ) କବିସୂର୍ଯ୍ୟନଗର ଖଜlପଲ୍ଲୀ ପଂଚାୟତ ର ବଗଡ଼ମାଳ ବେଣା ଗାଡ଼ିଆ ଠାରେ ଏକ ବଳଦ ବୋମା ଖାଇ ଗୁରୁତର ହୋଇଛି l ପ୍ରତିଦିନ ଭଳି ଆଜି ସୁଦର୍ଶନ ରାଉତଙ୍କ ବଳଦ ବଗଡ଼ମାଳ ବେଣା ଗାଡିଆକୁ ଚରାଇବା ଲାଗି ନେଇଥିଲା l ତେବେ ବଳଦଟି ଘାସ ଅନ୍ୱେଶ୍ୱଣରେ ଯାଇ ବୋମା ମିଶ୍ରିତ ଖାଦ୍ୟ ଖାଇବା ଫଳରେ ବୋମାଟି ପାଟିରେ ଫୁଟି ଯାଇଥିଲା l ପାଟିର ଜିଭ, ତଳ ଅଂଶ ଛିଣ୍ଡି ଓହଳି ପଡ଼ିଥିବା ଦେଖିବାକୁ ମିଳିଛି l ନିକଟସ୍ଥ ବୁଢ଼ାମ୍ବ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ନିଆଯାଇଥିବା ବେଳେ ବନ ବିଭାଗର କାର୍ଯ୍ୟାଦକ୍ଷତା ସ୍ଥାଣୁତା ପଦାରେ ପଡ଼ିଥିବା ଆଲୋଚନା ର ଶରବ୍ୟ ହୋଇଛି l ବାରହା ଶିକାର ଲାଗି ବୋମା ନିର୍ମାଣ ଲାଗି ବିଭିନ୍ନ ଉପାଦାନ ଆସୁଛି କେଉଁଠି l ପୁଲିସ, ବନବିଭାଗ ର ମିଳିତ ଚଢ଼ାଉ ହେଲେ ପ୍ରକୃତ ଦୋଷୀ ପଦାରେ ପଡିବା ସହ ନିରୀହ ଗୋପାଳିତ ପଶୁଙ୍କ ଜୀବନ ରକ୍ଷା ହୋଇପାରନ୍ତା l

ରିପୋର୍ଟ : ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here