ପ୍ରଥମେ ପ୍ରେମ ପରେ ବିବାହ ର ପ୍ରତିଶୃତି ପଶ୍ଚାନ୍ତରେ ଦଳିତ ବୋଲି ଘୃଣା କରି ପ୍ରତାରଣା

0
279

ଚନ୍ଦା ହାଣ୍ଡି(ନ୍ୟୁଜଏକ୍ସଟ୍ରା) ପ୍ରଥମେ ପ୍ରେମ, ପରେ ବିବାହ ର ପ୍ରତିଶୃତି ପରେ ପ୍ରତାରଣା l ଦୀର୍ଘ ଦଶବର୍ଷ ଧରି ଚାଲିଥିଲା ସଠତା ର ପ୍ରେମ ଓ ଶୋଷଣ , ବିବାହ ର ପ୍ରତିଶୃତି ଦେଇ ଘରୁ ଡାକି ନେଇ ହୋଟେଲ ରେ ରଖି କରିଥିଲା ଯୌନ ଶୋଷଣ l ପ୍ରେମିକ ର ମନ ଭରିଯିବାରୁ ବସ୍ ଷ୍ଟାଣ୍ଡ୍ ରେ ଛାଡି ଦେଇ ଛୁ ମାରିଥିଲା ପ୍ରେମିକା ର ପ୍ରେମରେ ଝୁମି ଉଠିଥିବା ମିଛୁଆ ପ୍ରେମିକ l ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଚକାମାଲ ଗ୍ରାମର l ଗ୍ରାମର ଜନୈକ ଦଳିତ ଝିଅଙ୍କୁ ସ୍ଥାନୀୟ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ବେହେରାମୁଣ୍ଡାର ଝୁମରଚନ ଗୋପାଳ ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ଧରି ଭଲ ପାଇ ଆସୁଥିଲେ ଓ ବିବାହ କରିବା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ, ତେବେ ଗତ କାଲି ପାହାନ୍ତିଆ ଚାରିଟା କୋଡ଼ିଏ ସମୟରେ ପ୍ରେମିକା ରହୁଥିବା ଚକାମାଲ ଗାଁ ପାଖକୁ ଆସି ପ୍ରେମିକାକୁ ନେଇ ନିକଟସ୍ଥ ସହର ଉମରକୋଟ ର ସାରଥୀ ହୋଟେଲ ରେ ନେଇ ସକାଳ ଛ ଟା ସମୟରୁ ଦିନ ଦୁଇଟା ପର୍ଯ୍ୟନ୍ତ ରଖି ଯୌନ ଶୋଷଣ କରିଥିଲେ ଓ ଦଳିତ ଜାତିର ଝିଅ ବୋଲି ଘୃଣା କରି ସ୍ତ୍ରୀ ଭାବେ ନ ରଖି ପରେ ଉମରକୋଟ ବସ୍ ଷ୍ଟାଣ୍ଡ ରେ ନେଇ ଛାଡି ଦେଇଥିଲେ l ପରେ ପରିବାର ଲୋକ କୁ ପୀଡିତା ଫୋନ୍ ରେ ଯୋଗାଯୋଗ କରିବାରୁ ତାଙ୍କୁ ପରିବାର ଲୋକେ ସାଙ୍ଗରେ ନେଇ ଆସି ଥିଲେ l ଆଜି ଏକ ଲିଖିତ ଅଭିଯୋଗ ସ୍ଥାନୀୟ ଚନ୍ଦାହାଣ୍ଡି ଥାନା ରେ ପୀଡିତା ନିଜ ତରଫରୁ ପ୍ରେମିକ ଝୁମରଚନ ଗୋପାଳ ବିରୋଧରେ ଦାଖଲ କରିଥିଲେ l ତେବେ ଦଳିତ ଗଣା ସମାଜ ବ୍ଲକ୍ ସଭାପତି ନରେଶ୍ୱର ବେଶ୍ରା ଏହାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜିକ ସଂଗଠନ ତରଫରୁ ଦାବି କରାଯାଇ ଏହାର ପଦକ୍ଷେପ ଗ୍ରହଣ କରିବାକୁ ଦରକାର ପଡ଼ିଲେ ସମାଜ ତରଫରୁ ଆନ୍ଦୋଳନ ଓ ଲଢେଇ ଜାରି ରହିବ ବୋଲି କହିଥିଲେ ତଥା ପୀଡିତା ର ବାପା , ଠକ ପ୍ରେମିକ କୁ ଉଚିତ୍ ଦଣ୍ଡବିଧାନ ହେବା ଜରୁରୀ ବୋଲି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ନିଜର ପ୍ରତିକ୍ରିୟା ରଖିଥିଲେ l ତେବେ ଅଭିଯୋଗ ପରେ ସ୍ଥାନୀୟ ଚନ୍ଦାହାଣ୍ଡି ଥାନା ପୋଲିସ ଅଭିଯୁକ୍ତ ଝୁମରଚନ ଗୋପାଳ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଯାଇ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସମର୍ଥ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା

ରିପୋର୍ଟ :ବାଲା କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here