ଯକ୍ଷ୍ମା ମୁକ୍ତ ଗ୍ରାମ ଭାବେ ଘୋଷଣା ହେଲା ମଙ୍ଗଳପୁର

0
256

ବେଗୁନିଆପଡ଼ା(ନ୍ୟୁଜ ଏକ୍ସଟ୍ରା):ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ମଙ୍ଗଳପୁର ଗ୍ରାମରେ “ମୋ ଗାଁ ଯକ୍ଷ୍ମା (ଟି.ବି.) ମୁକ୍ତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ବର୍ଷ ଧରି ମଙ୍ଗଳପୁର ଗ୍ରାମ ରେ ଯକ୍ଷ୍ମା (ଟି.ବି.)ରୋଗ ରେ କେହି ପୀଡିତ ନଥିବା ବେଳେ ଏହି ଗ୍ରାମକୁ ସରକାରୀ ସ୍ତରରେ ଯକ୍ଷ୍ମା ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହା ସହିତ ଉକ୍ତ ଗ୍ରାମରେ ଲେପ୍ରସି ଭଳି ରୋଗ ମଧ୍ୟ କାହାକୁ ହୋଇନଥିବାରୁ ଉପସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମକର୍ତ୍ତା ଖୁସି ବ୍ୟକ୍ତ କରିଥିଲେ |ଉକ୍ତ କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଓ କବି ଦାସ,ଏସଟିଏସ ଗୀତରାଣୀ ପାଢ଼ୀ, ସରପଞ୍ଚଙ୍କ ପ୍ରତିନିଧି ଭାସ୍କର ଦାସ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଅନିତା ମହାନ୍ତି, ଆୟୁଷ ଡାକ୍ତର ମୈତ୍ରୀ ସଂଘମିତ୍ର,ଆରବିଏସକେ ଏଏନଏମ୍ ପି.ଗୀତାଞ୍ଜଳି ଆଚାରି ,ଅରୁଣ ଏନଜିଓରୁ କାଶୀନାଥ ସାହୁ, ଏ.ଏନ.ଏମ୍ ସିନେମା ନାଥ, ଅଙ୍ଗନୱାଡ଼ି କର୍ମୀ ବିଜୟଲଷ୍ମୀ ଦାସଙ୍କ ସହ ଆଶା,ଟି.ବି. ଭଲ୍ୟୁଣ୍ଟର ଓ ମଙ୍ଗଳପୁର ଗ୍ରାମବାସୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ କରୋନା ସଚେତନତା ସକାଶେ ଜନସାଧାରଣ ଙ୍କୁ ବାର୍ତ୍ତା ଦେବା ସହ ଟି.ବି ସମ୍ପର୍କିତ ଏକ ସଚେତନତା ରାଲି ମାଧ୍ୟମରେ ଗାଁ ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗ୍ରାମର ବହୁ ପୁରୁଷ, ମହିଳା ଉପସ୍ଥିତ ଥିଲେ |

ରିପୋର୍ଟ -ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here