ବେଗୁନିଆପଡା ବ୍ଲକରେ ପଞ୍ଚାୟତିରାଜ ଦିବସ ପାଳିତ,ଚାରି ସରପଞ୍ଚ ସମ୍ମାନିତ

0
339

ବେଗୁନିଆପଡା(ଦେବାଶିଷ ମହାରଣା) ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ସାଧାରଣ ଲୋକଙ୍କ ନିଷ୍ପତି କୁ ସର୍ବଦା ଗୁରୁତ୍ୱ ଦେଉଥିଲେ ବିଜୁ ବାବୁ । ମହିଳା ସଶକ୍ତିକରଣ ଏବଂ ପଞ୍ଚାୟତିରାଜ ବ୍ୟବସ୍ଥାର ଅନନ୍ୟ ରୂପାୟନ ଦିଗରେ ତାଙ୍କ ବୈପ୍ଲବିକ ନେତୃତ୍ଵ ପାଇଁ ସେହି ମହାନ ରାଷ୍ଟ୍ରନୀତିଜ୍ଞ ଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରଯାଏ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାହିସିକତା ଓ ଜଣେ ଧୁରୀଣ ରାଜନୈତିଜ୍ଞ ସମେତ ଭାରତ ପାଇଁ ତାଙ୍କରି ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ମରୋଣତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ ଦେବା ନିମନ୍ତେ ସବୁଠି ଉତ୍ତୋଳନ ହେଉଛି ସ୍ୱର | ଆଜି ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ପାଳିତ ହୋଇଯାଇଛି ପଞ୍ଚାୟତିରାଜ ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହ ବ୍ଲକ ପରିସରରେ ଏକ ବୈଠକରେ ଯୋଗଦେଇ ଗଣତନ୍ତ୍ରରେ ଲୋକମାନେ ହିଁ ପ୍ରକୃତ ମାଲିକ। ଲୋକଙ୍କ ଉନ୍ନତି ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ଦ୍ୱାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିଜୁବାବୁ ଥିଲେ ଅଗ୍ରଗଣ୍ୟ। ତାଙ୍କ ଅବଦାନକୁ ସ୍ମରଣ କରି ପଞ୍ଚାୟତିରାଜ ଓ ଲୋକସେବା ଦିବସରେ ଏକ ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା ପାଇଁ କହିଛନ୍ତି ବିଧାୟିକା । ଲୋକସେବାକୁ ସମୟୋପଯୋଗୀ କରିବା,ଜନମତ ଆଧାରରେ ସରକାରୀ ସେବାରେ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ସହ ଗ୍ରାମାଞ୍ଚଳରେ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପଂହଁଚାଇବା ପାଇଁ ବିଜୁ ବାବୁଙ୍କ ପଞ୍ଚାୟତି ରାଜ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ ବିଡ଼ିଓ ବେଦବର ପ୍ରଧାନ | ପଞ୍ଚାୟତଙ୍କୁ ସରକାରଙ୍କ ଗୁରୁତ୍ୱ ଓ ସରଳୀକରଣ, ଗାଁ କୁ କାମ,ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ କରିବା ଫଳରେ ବିଭିନ୍ନ କାର୍ଯ୍ୟ କରିବାରେ ସହାୟକ ହେଉଛି ବିଜୁ ବାବୁଙ୍କ ଆଦର୍ଶ ସେମାନଙ୍କୁ କାମ କରିବାରେ ପ୍ରେରଣା ଦେଉଥିବା କହିଛନ୍ତି ଜନପ୍ରତିନିଧି ମାନେ ।ଏହି ଅବସରରେ କରୋନା ମହାମାରୀ ସମୟରେ ଉତ୍ତମ କାର୍ଯ୍ୟ ଓ ସେବା ସହ ପଂଚାୟତର ଉନ୍ନୟନ କାର୍ଯ୍ୟରେ ସଫଳତା ପାଇଁ ମର୍ଦ୍ଧମେଖ ,ଅଙ୍ଗାରଗାଁ,ଫାଶୀ ଓ ଚନ୍ଦନପୁର ସରପଞ୍ଚଙ୍କୁ ସନ୍ନମାନିତ କରିଛନ୍ତି ବିଧାୟିକା । ଅନ୍ୟମାନଙ୍କ ମଧ୍ୟରେ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଉପାଧଖ୍ୟ ଭ୍ରମର ଭୂୟାଁ,ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୂୟାଁ , କୋଦଳା କଲେଜ ଅଧକ୍ଷ୍ଯ ଵିଷ୍ଣୁ ଚରଣ ସେଠୀ ,ସମାଜସେବୀ ମହେଶ୍ୱର ବରାଡ ଓ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here