ବେଲଗୁଣ୍ଠା ବିଜେଡି ତରଫରୁ ବିଜୁ ଜୟନ୍ତୀ ପାଳିତ

0
268

ବେଲଗୁଣ୍ଠା(ଶିବରାମ ଚୌଧୁରୀ )ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ବେଲଗୁଣ୍ଠା ବିଜେଡି ତରଫରୁ ବେଲଗୁଣ୍ଠାରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଅଛି ।ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଶହ ଶହ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ ।ପ୍ରଥମେ ଲକ୍ଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।ବିଧାୟକ ଶ୍ରୀ ସ୍ୱାଇଁଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ସଂଯୋଜନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବେଲଗୁଣ୍ଠା ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ସଂଗଠକ ସତ୍ୟନାରାୟଣ ମହାପାତ୍ର ଏବଂ ବିଜେଡି ସଂଗଠକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଗଠିତ ବିଜୁ ଜନତା ଦଳ ଆଜି ଓଡ଼ିଶାକୁ ଏକ ସୁଶାସନ ଦେଈ ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିପାରିଛି ।ଏହାର ଶ୍ରେୟ ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଆଧୁନିକ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ ।ଉପସ୍ଥିତ ଥିବା ଅନ୍ୟ ଅତିଥି ମାନେ ମଧ୍ୟ କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଦେବୀ ପ୍ରସାଦ ପାତ୍ର, ପୁର୍ବତନ କାଉନସିଲର ଜିତେନ୍ଦ୍ର ସୁବୁଦ୍ଧି, ଦିଲ୍ଲୀପ ଆଚାରୀ,ଯୁବ ସଂଗଠକ ତଥା ନଗର ଯୁବ ବିଜେଡି ସଭାପତି ଦିବ୍ୟରଞ୍ଜନ ଦାସ,ବିଜେଡି ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି,କିଶୋର ସାହୁ,ଯୁବ ସଂଗଠକ ସୁଶାନ୍ତ କୁମାର ବେହରା,ଛାତ୍ର ବିଜେଡି ସଭାପତି ଶିବ ପ୍ରସାଦ ମହାପାତ୍ର, ଯୁବ ନେତା ମାଧବ ଚନ୍ଦ୍ର ଆପଟ,ବରିଷ୍ଠ ନେତା ମାଗତା ଦଳବେହେରା,ସରପଞ୍ଚ ପ୍ରମୋଦ ପ୍ରଧାନ ପ୍ରମୁଖଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here