ବେଲଗୁଣ୍ଠା ପଞ୍ଚାୟତ ସମିତିରେ ପଞ୍ଚାୟତି ରାଜ୍ ଦିବସ ପାଳିତ

0
263

ବେଲଗୁଣ୍ଠା(ଶିବରାମ ଚୌଧୁରୀ ) ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବିଡିଓ ଶଶି ଭୂଷଣ ମହାପାତ୍ର ଙ୍କ ସଭାପତିତ୍ୱରେ ବିଜୁ ବାବୁଙ୍କ ପୂଣ୍ୟ ଜନ୍ମତିଥିରେ ପଂଚାୟତି ରାଜ ଦିବସ ପାଳିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନୂଆଁଗାଆଁ ବିଜୁ ବାବୁଙ୍କ ପୈତୃକ ଗ୍ରାମ ହୋଇଥିବାରୁ ଆମେ ସମସ୍ତେ ଗର୍ବିତ ବୋଲି ପ୍ରକାଶ କରିଥିଲେ I ଏହା ସହ ବିଜୁ ବାବୁ ତାଙ୍କ ରଜାନୀତିକ ଜୀବନରେ କରିଥିବା କିଛି ଊଲ୍ଲେଖନୀୟ ଘଟଣାବଳୀକୁ ଉପସ୍ଥାପନ କରି ବିଜୁ ବାବୁ କେବଳ ଓଡିଶାର ନୁହେଁ,ସେ ଜଣେ ବିଶ୍ୱ ସ୍ତରୀୟ ନେତା ଥିଲେ ବୋଲି ପ୍ରକାଶ କରିଥିଲେ I ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ଝଡ଼ର ଇଗଲ୍ ଏବଂ କଳିଙ୍ଗ ବୀର ବିଜୁ ବାବୁଙ୍କ ବୀରତ୍ୱ ବିଷୟରେ ପ୍ରକାଶ କରିବା ସହ ଇଣ୍ଡୋନେସିଆର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାନିତ ହୋଇଥିବା କଥା ପ୍ରକାଶ କରିଥିଲେ I ସମିତି ଉପାଧ୍ୟକ୍ଷା ପିଙ୍କି ପରିଡ଼ା, ନାଟେଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ନୂଆଁଗାଆଁ ସମିତି ସଭ୍ୟ ମୁନା ପରିଡ଼ା ପ୍ରମୁଖ ଯୋଗ ଦେଇ ନବୀନ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କୁ ଭୁୟସୀ ପ୍ରଶଂସା କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ, ସମିତି ସଭ୍ୟ ତୁଷାର ବିଷୋୟୀ, ଖଇରପୁଟି ସମିତି ସଭ୍ୟ ପ୍ରଭାତ ସ୍ୱାଇଁ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ, ଶାସନ ସରପଞ୍ଚ ପ୍ରତିନିଧି ସଞ୍ଜୟ ପ୍ରଧାନ, ବଡ଼ ବୋର୍ସିଂ ସରପଞ୍ଚ ପ୍ରତିନିଧି ରାମେଶ୍ୱର ପାତ୍ର, ନାଟେଙ୍ଗା ସମିତି ସଭ୍ୟ ଦେବେନ୍ଦ୍ର ଗୌଡ, ବେଣୀପଲ୍ଲୀ ସମିତି ସଭ୍ୟ ଦୁର୍ଗା ମାଧବ ନାୟକ, ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ,ଇଙ୍ଗିନାଠି ସରପଞ୍ଚ ପ୍ରତିନିଧି ତ୍ରୀନାଥ ଗୋଛାୟତ, ନୂଆଁଗାଆଁ ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଳକ୍ କର୍ମଚାରୀ ଉପସ୍ଥିତ ଥିଲେ I ଶେଷରେ ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ଧନ୍ୟବାଦ ଜ୍ଞାପନ କରିଥିଲେ I

LEAVE A REPLY

Please enter your comment!
Please enter your name here