ଜଙ୍ଗଲରେ ଅଗ୍ନି ସଂଯୋଗ ବେଳେ ଗିରଫ ହେଲେ ଦୁଇ ଜଣ ।

0
269

ବୁଗୁଡା(ଅନିଲ କୁମାର ମହାରଣା ) ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ଭଗବାନପୁର ସେକ୍ସନରେ ଦୁଇଜଣ ବ୍ୟକ୍ତି ଜଙ୍ଗଲରେ ଅଗ୍ନି ସଂଯୋଗ କରୁଥିବା ବେଳେ ମାର୍ଚ୍ଚ ୪ ତାରିଖ ଦିନ ବନବିଭାଗ କର୍ମଚାରୀମାନେ ଗିରଫ କରିଛନ୍ତି। ଘଟଣାରୁ ଜଣାପଡିଛିଯେ ବୁଗୁଡା ଥାନା ଅନ୍ତର୍ଗତ କତକଲା ଗ୍ରାମର ଦିଗାଲୁ ପ୍ରଧାନ(୩୫) ଓ ଚନ୍ଦ୍ର ମୁଳି(୪୮) ଦୁହେଁ ମିଶି ସି/୭ କିରିଆମ୍ବା ସଂରକ୍ଷଣ ଜଙ୍ଗଲର ଅନ୍ଧାରୀ ନାଳ ନିକଟରେ ଜଙ୍ଗଲରେ ଅଗ୍ନି ସଂଯୋଗ କରୁଥିବା ବେଳେ ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲରେ ଅନୁସନ୍ଧାନ କରୁଥିବା ଭାଗବାନପୁର ବନପାଳ ଭୋଳେଶ୍ବର ମଳିକ, ନୂଆପଲ୍ଲୀ ବନରକ୍ଷୀ ରାଜେନ୍ଦ୍ର ମଳିକ, ତାଳସର ବନରକ୍ଷୀ ମୁନା ଦାସ, ଭଗବାନପୁର ବନରକ୍ଷୀ ହେମନ୍ତ କୁମାର ପାତ୍ର ଓ ଲକ୍ଷ୍ମୀପ୍ରିୟା ଏବଂ ପାରାଫରେଷ୍ଟର ଷ୍ଟାପ ଅତର୍କିତ ଚଢ଼ାଉ କରି କାବୁ କରି ଗିରଫ କରିଥିଲେ। ସେମାନଙ୍କଠାରୁ ଦୁଇଟି କାତି, ଦୁଇଟି ଦାଆ, ଦୁଇଟି ଦିଆସିଲ ପେଢି ପ୍ରଭୃତି ଜବତ କରାଯାଇଛି। ବୁଗୁଡା ବନାଞ୍ଚଳ କେଶ ନଂ ୫୪୫/୨୦୨୦-୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here