କରସିଙ୍ଗିରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ଓ ଅଧ୍ୟକ୍ଷା ।

0
249

ବୁଗୁଡା(ଅନିଲ କୁମାର ମହାରଣା ) ବୁଗୁଡା ବ୍ଲକର କରସିଙ୍ଗି ଗ୍ରାମ ପଞ୍ଚାୟତକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମାର୍ଚ୍ଚ ୪ ତାରିଖ ଦିନ ଗସ୍ତ କରି ଗ୍ରାମ୍ୟ ସଂସଦ ଗୃହରେ ଲୋକ ପ୍ରତିନିଧିଙ୍କ ଉପସ୍ଥିତରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକମାନଙ୍କ ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, କରସିଙ୍ଗି ପାଞ୍ଚାୟତ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ପାଞ୍ଚାୟତ ନିର୍ବାହୀ ଅଧିକାରୀ, ବିଧାୟକ ଶ୍ରୀ ସାହୁ ଓ ଅଧ୍ୟକ୍ଷା ଶ୍ରୀମତୀ ସେନାପତିଙ୍କୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ।

LEAVE A REPLY

Please enter your comment!
Please enter your name here