ଆସିକା ମଙ୍ଗଳପୁର ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଆକ୍ରମଣ।

0
966

ଆସିକା(ଜଗନ୍ନାଥ ସାହୁ ) ଆସିକା ବ୍ଳକ ଅନ୍ତର୍ଗତ ସମବାୟ ସେବା ସମିତି ମଙ୍ଗଳପୁର ଠାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ହୃଷିକେଶ ପ୍ରଧାନଙ୍କୁ ଉକ୍ତ ଗ୍ରାମର ଦୁଇ ଯୁବକ ଭାଲୁ ପାତ୍ର ଓ ଗୋବିନ୍ଦ ପ୍ରଧାନ ମରଣାନ୍ତ୍ରକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଏ ନେଇ ଆସିକା ଥାନାରେ କେସ ନମ୍ବର ୧୧୯/୨୧ରେ ଗୋଟିଏ ମକଦମା ରୁଜୁ ହୋଇଥିବା ଜଣା ପଡିଛି।ଡାଟା ଏଣ୍ଟ୍ରି ଅପରେଟର ହୃଷିକେଶ ପ୍ରଧାନଙ୍କ ମୁଣ୍ଡରେ ଆଘାତ ହୋଇଥିବା ବେଳେ ରକ୍ତ ବାହାରି ଥିବା ଜଣାପଡିଛି।ଉଭୟ ଅଭିଯୁକ୍ତ ଭାଲୁ ପାତ୍ର ଓ ଗୋପାଳ ପ୍ରଧାନଙ୍କୁ ଆସିକା ପୋଲିସ ଗୀରଫ କରିବା ସହ ଦଫା 341/294/ 506/307/ 323/324/34 ଆଇପିସି ଅନୁଯାୟୀ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ।

LEAVE A REPLY

Please enter your comment!
Please enter your name here