କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବୁଢ଼ାଆମ୍ବ ଟିମ୍ ଚମ୍ପିୟାନ

0
298

ପୋଲସରା(ଅନିଲ କୁମାର ମହାରଣା ) ପୋଲସରା ବ୍ଲକ ଅନ୍ତର୍ଗତ ମନଶିଳା ଗ୍ରାମ ଠାକୁରାଣୀ ପଡ଼ିଆରେ ଚାଲିଥିବା ତୀର୍ଥବାସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୦୧ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବୁଢ଼ାଆମ୍ବ ଟିମ୍ ଓ ଘୋଡାପଲାଣ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୁଢ଼ାଆମ୍ବ ଟିମ୍ ବିଜୟୀ ହୋଇଥିଲେ। ଉଦଯାପନୀ ଉତ୍ସବରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ବୁଢ଼ାଆମ୍ବ ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିବା ବେଳେ ଘୋଡାପଲାଣ ଟିମ୍ କୁ ରନର୍ସ ଅପ ସିଲଡ଼ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ରାଜେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବହୁ ଖେଳ ପ୍ରେମୀ ଏହି କ୍ରିକେଟ ମ୍ୟାଚ ଦେଖିବାକୁ ରୁଣ୍ଡ ହୋଇଥିଲେ।

LEAVE A REPLY

Please enter your comment!
Please enter your name here