ଓସିଏ ର ଭିଜନ – ୨୦୨୪ ତରଫରୁ ଖଲ୍ଲିକୋଟରେ ଇନଟ୍ରା କ୍ଳବ ସିନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୧ ଅନୁଷ୍ଠିତ : ବ୍ରହ୍ମପୁର ଏମସିସି କୁ ହରାଇ ଜେସିସି କ୍ରିକେଟ ଟିମ ୩ ୱିକେଟରେ ବିଜୟୀ

0
345

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା) ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ଗଞ୍ଜାମ ଜିଲ୍ଲା କ୍ରିକେଟ ଆସୋସିଏସନ ସହାୟତା ରେ ଖଲ୍ଲିକୋଟ କ୍ରିକେଟ କ୍ଳବ ଆୟୋଜନ କରିଛି ଇନଟ୍ରା କ୍ଳବ ସିନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ । ଓସିଏ ର ଭିଜନ ୨୦୨୪ ପାଇଁ ଆୟୋଜନ କରାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ ର ଉଦଘାଟନ ମ୍ୟାଚ ବ୍ରହ୍ମପୁର ଏମସିସି ଓ ଜେସିସି କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ଏହି ଉଦଘାଟନ ମ୍ୟାଚ ରେ ଏମସିସି କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର ଖେଳି ନପାରି ମାତ୍ର ୩୮ ଓଭର ୫ ବଲରେ ୨୪୮ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇ ଥିଲା । ଏହାର ଜବାବରେ ବ୍ରହ୍ମପୁର ଜେସିସି କ୍ରିକେଟ ଟିମ ୪୧ ଓଭର ୪ ବଲରେ ୭ ୱିକେଟ ହରାଇ ଆବଶ୍ୟକ ବିଜୟ ଲକ୍ଷ୍ୟ ୨୪୯ ରନ ସଂଗ୍ରହ କରି ନେଇଥିଲେ ।ଜେସିସି ର ଖେଳାଳି ରାକେଶ କୁମାର ରାଉଳ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ଥିଲେ । ଓସିଏ ର ସୁଶାନ୍ତ କୁମାର ପଣ୍ଡା ଓ ଚନ୍ଦ୍ର ମୋହନ ବରାଳ ଅମ୍ପାୟାର ଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ବିଧାୟିକା ପ୍ରତିନିଧି ଦୈତାରି ବେହେରା ଓ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରତ୍ନାକର ସାହୁ ଉଦଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲା କ୍ରିକେଟ ଆସୋସିଏସନ ର ସମ୍ପାଦକ ଅଶୋକ କୁମାର ସାହୁ, ଖଲ୍ଲିକୋଟ କ୍ରିକେଟ କ୍ଳବ ର ଆଇନ ପରାମର୍ଶ ଦାତା ତଥା ଚେୟାରମ୍ୟାନ ବାସୁଦେବ ରାଉତ, ଉପସଭାପତି ଏ. ଅଶୋକ ପାତ୍ର, ସମ୍ପାଦକ ହେମନ୍ତ ମହାରଣା, ମୁଖ୍ୟ କୋଚ୍ ସନ୍ତୋଷ କୁମାର ଗୌଡ଼, ଉପଦେଷ୍ଟା ଟି.ଶିବାନନ୍ଦ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ଖଲ୍ଲିକୋଟ ସମେତ ବ୍ରହ୍ମପୁରର ପାରଳା ମହାରାଜା ଓ ଏସ ଏମ୍ ଆଇ ଟି ଗ୍ରାଉଣ୍ଡ ରେ ମଧ୍ୟ ଅନୁଷ୍ଠିତ ହେଉଛି । ଏଥିରୁ ଯେଉଁ ଶ୍ରେଷ୍ଠ ଖେଳାଳି ମାନେ ବାହାରିବେ ସେହି ମାନେ ରାଜ୍ୟ ସ୍ତରରେ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ଜଣାପଡିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here