ଜିଲ୍ଲାପାଳଙ୍କ ଠାରୁ କିଛି ଶିଖ, ତାହାହେଲେ ପରିମଳ ବ୍ୟବସ୍ଥା ସୁଧୁରିବ

0
317

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମହୋଦୟଙ୍କ ଠାରୁ କିଛି ଶିଖ। ସେ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ସାଇକେଲରେ ବିଭିନ୍ନ ସାହି ବୁଲି ଲୋକଙ୍କୁ ସଚେତନ କରାଇବା ସହ କର୍ମଚାରୀଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ। ଯାହାଦ୍ୱାରା କର୍ମଚାରୀ ବୃନ୍ଦ ନିଜର ଦାୟିତ୍ୱ ସୁଚାରୁଭାବେ କରିବା ସହ ଜନସାଧାରଣ ମଧ୍ୟ ସହର ସଫା ରଖିବା ପାଇଁ ସଚେତନ ହେଉଛନ୍ତି। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ମହୋଦୟ ବୋଧହୁଏ ଜିଲାପାଳଙ୍କ ଆଦର୍ଶ ପାଳନ କରିବାକୁ ନାରାଜ। କାର୍ଯ୍ୟନିର୍ବାହୀ ଅଧିକାରୀ ମହୋଦୟ ଏସି ରୁମରେ ବସି ଛାତି ଫୁଲାଇ ଆମେ ଅଧିକ କର ଆଦାୟ କରି ପାରିଛୁ ବୋଲି ବାହାଦୂର ଦେଖାଇଲେ ପରିମଳ ସମସ୍ୟା ଦୂର ହେବନାହିଁ। ଜିଲ୍ଲାପାଳ ଙ୍କ ପଥ ଅନୁସରଣ କରି ପ୍ରତ୍ୟେକ ୱାର୍ଡ଼କୁ ଯାଇ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରାଯାଉ। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ ସେ ୬ ନମ୍ବର ୱାର୍ଡ଼କୁ ପରିଦର୍ଶନ କରିବାକୁ ଯାଇଛନ୍ତିକି ? ସେହି ୱାର୍ଡର ପ୍ରବେଶ ମୁହଁରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଥିବା ସେ ଜାଣିଛନ୍ତିକି ? ଶିଶୁଙ୍କ ପାଇଁ ନିର୍ମିତ ପାର୍କ ଖୋଲୁନାହିଁ। ଗେଟରେ ଚାବି ପଡି ରହିଛି। ପିଲାମାନେ ଗେଟ ଡେଇଁ ଭିତରକୁ ଯିବାର ଦୃଶ୍ୟ ଦେଖିବାକୁ ମିଳିଛି। ଗେଟ ଡେଇଁ ଶିଶୁମାନେ ପାର୍କକୁ ଗଲାବେଳେ ଯଦି କିଛି ଅଘଟଣ ଘଟେ ସେଥିପାଇଁ ଦାୟୀରହିବ କିଏ ? ପାର୍କ ବନ୍ଦ ରହିବା ବିଷୟ ନେଇ ଜନସାଧାରଣ ଙ୍କୁ ସଚେତନ କରାଯାଇଛିକି ? ଏଣେ ପାର୍କର ବହୁ ଜିନିଷ ଭାଙ୍ଗିରୁଜି ପଡିଥିବା ବେଳେ ରକ୍ଷଣାବେକ୍ଷଣ ହେଉନାହିଁ। ପାର୍କ ପରିସର ଅପରିଷ୍କାର ହୋଇ ପଡିଛି। ପାର୍କ ନିକଟରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିଛି। ଏହା କଣ ବୁଗୁଡା ଏନଏସି ର ସୁସ୍ଥ ପରିମଳର ନମୁନା ? ଦୁଇ ତିନି ଦିନରେ ଥରେ ସଫେଇ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ନାଳ ନର୍ଦ୍ଦାମ ସଫା ହେଉନଥିବା ୱାର୍ଡ଼ ବାସିନ୍ଦା କହୁଛନ୍ତି। ଦୀର୍ଘ ଦିନ ଧରି ଗୋଟିଏ ବିଦ୍ୟୁତ ଖୁଣ୍ଟରେ ବିଜୁଳି ଆଲୁଅ ଜଳୁନଥିବା ବେଳେ ୱାର୍ଡ଼ ବାସୀ ଆଭିଯୋଗ କଲେମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି। ଗଞ୍ଜାମ ଜିଲ୍ଲାପାଳ ମହୋଦୟ ୬ ନମ୍ବର ରଖିୱାର୍ଡ଼ ପ୍ରତି ହେଉଥିବା ଅବହେଳା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here