ବୁଗୁଡାରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ

0
291

ବୁଗୁଡ଼(ଅନିଲ କୁମାର ମହାରଣା) ବୁଗୁଡ଼ାରେ ଚେମ୍ବର ଅଫ କମର୍ସ ଓ ବଣିକ ସଙ୍ଘର ଡ଼ାକରାରେ ୨୬ ତାରିଖ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି। ସର୍ବଭାରତୀୟ ବ୍ୟବସାୟୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଫେବୃୟାରୀ ୨୬ ତାରିଖ ବନ୍ଦ ଡାକରାକୁ ବୁଗୁଡାର ମୁଖ୍ୟ ଦୁଇଟି ବ୍ୟବସାୟୀ ସମର୍ଥନ ଜଣାଇଥିଲେ। ଯାହା ଫଳରେ ବୁଗୁଡାରେ ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ ଥିଲା। ଯାହା ଫଳରେ ବୁଗୁଡାର ମୁଖ୍ୟ ରାସ୍ତା ଓ ବଜାର ସ୍ଥଳୀ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିଲା। ବ୍ୟବସାୟୀ ମାନେ ବନ୍ଦକୁ ସମର୍ଥନ ଜଣାଇ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବା ଦ୍ୱାରା ଭାରତ ବନ୍ଦ ବୁଗୁଡ଼ାରେ ସଂପୂର୍ଣ୍ଣ ଭାବେ ସଫଳ ହୋଇଥିବା ବେଳେ ଜନସାଧାରଣ ମଧ୍ୟ ସମର୍ଥନ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here