ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ କ୍ରୀଡା ପ୍ରତିଯୋଗିତା

0
328

ଭଞ୍ଜନଗର: ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମିତ୍ତ କ୍ରୀଡ଼ା ପ୍ରତିଯାଗିତା ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୮୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବଲ୍ ଫିଙ୍ଗା, ଦୌଡ଼, ମ୍ୟୁଜିକ ଚେୟାର, ଦ୍ବିଲ୍ ଚେୟାର ଦୌଡ଼,ଗୀତ ଓ ନାଚ ପ୍ରତିଯୋଗିତା ହୋଇଯାଇଛି। ଉତ୍ସବରେ ଭଞ୍ଜନଗର ବିଇଓ ଶ୍ରୀ ଏସ୍.ଧନଞ୍ଜୟ ଓ ଏ.ବି.ଇ.ଓ ଶ୍ରୀ ସୂର୍ଯ୍ୟ ନାୟକ କୃତୀ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦୁଇ ସମ୍ବଳ ଶିକ୍ଷକ ଅନିଲ କୁମାର ମୁଦୁଲି, ଚିନ୍ମୟ ଦାସ, ସମସ୍ତ ଅନ୍ତର୍ନିବେଶୀ ସ୍ୱେଚ୍ଛାସେବୀ, ସି.ଆର.ସି.ସି ତ୍ରିନାଥ ବେହେରା, ମୋହନ ସାହୁ, ଭଗବାନ ଭୂୟାଁ, ସନ୍ତୋଷ କୁମାର ସାହୁ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହାୟତା କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here