ଦଲକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ବର୍ଷାରାଣୀ ସେଠିଙ୍କ ସଫଳତା

0
341

ଜଗନ୍ନାଥପ୍ରସାଦ(ନିଲୁ ବିଷୋୟୀ) ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଦଲକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ବର୍ଷାରାଣୀ ସେଠି ଚଳିତ ଶିକ୍ଷାବର୍ଷ ର ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ merit-cum- Poverty -2020 ତାଲିକା ରେ ବ୍ଲକ ସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି । ତାଙ୍କୁ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଜେନା, ସହକାରୀ ଶିକ୍ଷୟିତ୍ରୀ ଲକ୍ଷ୍ମୀ ଗୌଡ଼ ଶୁଭେଚ୍ଛା ଜଣାଇଛନ୍ତି । ଗତ ବର୍ଷ ମଧ୍ୟ ଏହି ବିଦ୍ୟାଳୟ ର ଛାତ୍ର ନୀଳମାଧଵ ମହାରଣା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିଲେ । କ୍ରମାଗତ ଦୁଇ ବର୍ଷ ସଫଳତା ହାସଲ କରି ଏହି ବିଦ୍ୟାଳୟଟି ଏହି ଅଞ୍ଚଳ ପାଇଁ ଗୌରବ ଆଣି ଅନ୍ୟ ବିଦ୍ୟାଳୟ ପାଇଁ ପ୍ରେରଣା ସୃଷ୍ଟି କରିଛି ।।

LEAVE A REPLY

Please enter your comment!
Please enter your name here