ବିଶ୍ଵ ଜୁନୋଜସ୍ ଦିବସ

0
283

ଵ୍ରହ୍ମପୁର:ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ପଶୁମାନଙ୍କ ଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ଏହା ଏକ ଜୁନୋଟିକ୍‌ ରୋଗ, ଯେଉଁଥିରେ ପ୍ରତିବର୍ଷ ଆମ‌ ଦେଶରେ ପ୍ରାୟ ୧୨ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି। ରୋଗାକ୍ରାନ୍ତ ପ୍ରାଣୀ ସୁସ୍ଥ ପ୍ରାଣୀ/ବ୍ୟକ୍ତିକୁ କାମୁଡ଼ିବା ବା ରାମ୍ପୁଡ଼ିବା ଦ୍ବାରା ସଂକ୍ରମିତ ଲାଳ ସଂସ୍ପର୍ଶରେ ଆସି ଜଳାତଙ୍କ ଭୂତାଣୁ ସୁସ୍ଥ ପ୍ରାଣୀର ଶରୀରରେ ପ୍ରବେଶ କରେ ଏବଂ ତା’ଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ଜଳାତଙ୍କ ରୋଗର ୯୦ ପ୍ରତିଶତ କୁକୁର କାମୁଡ଼ିବା ଦ୍ବାରା ହୋଇଥିବା ବେଳେ ୫ ପ୍ରତିଶତ ଜଳାନ୍ତକ ରୋଗରେ ପୀଡିତ ଥିବା ଗୋରୁ ଗାଈମାନଙ୍କ ଠାରୁ ହୋଇଥାଏ । ଆଜି ବିଶ୍ଵ ଜୁନୋଜସ୍ ଦିବସ ପଶୁ ଚିକିତ୍ସାଳୟ ପରିସରରେ ଇଣ୍ଡିଆନ୍ ଇମୁନୋଲଜିକାଲ୍ ଲିମିଟେଡ ପକ୍ଷରୁ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦେବରାଜ ବେହେରା ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରବି ନାରାୟଣ ପଣ୍ଡା, ପ୍ରାଣୀ ଚିକିତ୍ସାକ ଡାକ୍ତର ବିଭୁ ପ୍ରସାଦ ପଣ୍ଡା, ଡାକ୍ତର ମନୋଜ ଷଡ଼ଙ୍ଗୀ, ଇଣ୍ଡିଆନ୍ ଇମୁନୋଲଜିକାଲ୍ ଲିମିଟେଡର ଅଧିକାରୀ ଶଙ୍କର ପ୍ରସାଦ ପଣ୍ଡା, ଡାକ୍ତର ସୌମିକ ସ୍ବାଇଁ, କର୍ମଚାରୀ ଯଥା ହରିଶ୍ଚନ୍ଦ୍ର ନାହକ, ଗୋଵିନ୍ଦ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ, ସାଇରାମ ରେଡ୍ଡୀ, ପ୍ରଣୟ ପ୍ରସାଦ ରେଡ୍ଡୀ, ବିଜୁ ଲେଙ୍କାଙ୍କ ସମେତ ଏସପିସିଏ ସଦସ୍ୟ, ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୭୦ରୁ ଉର୍ଦ୍ଧ କୁକୁରମାନଙ୍କୁ ପ୍ରତିଷୋଧକ ଇଞ୍ଜେକ୍ସନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here