ଶାଳବଣ ଠାରେ ସ୍ବର୍ଗତ ପ୍ରଦୀପ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

0
352

ବେଗୁନିଆପଡା() ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ର ଶାଳବଣ ଗ୍ରାମରେ ଶୁକ୍ରବାର ଆୟୋଜିତ ହୋଇଯାଇଛି ସ୍ବର୍ଗତ ପ୍ରଦୀପ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ |ମା ବାହୁତୀ ଓ ରାଇଜିଙ୍ଗ ଷ୍ଟାର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଷଣ୍ଢମୂଳ ପଞ୍ଚାୟତର ସମିତିସଭ୍ୟ ଶ୍ରୀ ଜୟରାମ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସନମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଭ୍ରମର ଭୂୟାଁ,ନିରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଟୁର୍ନାମେଣ୍ଟ କୁ ଶୁଭ ଉଦଘାଟନ କରିଥିଲେ |ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗ୍ରାମ ସଭାପତି ସୁରଥ ସ୍ୱାଇଁ, ହରପ୍ରସାଦ ଭୂୟାଁ,ଅନୁ ସ୍ୱାଇଁ,ତ୍ରିନାଥ ସ୍ୱାଇଁ, ମହେନ୍ଦ୍ର ସ୍ୱାଇଁ, ସୁରେଶ ପଲେଇ,ଭବାନୀ ପଟ୍ଟନାୟକ,କମଳ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ | ଆୟୋଜକ କମିଟି ର କାର୍ଯ୍ୟକର୍ତା ନବକିଶୋର ସ୍ୱାଇଁ,ଜୟକୃଷ୍ଣ ପାତ୍ର,କବିଚନ୍ଦ୍ର ସ୍ୱାଇଁ ,ସୁକାନ୍ତ ପଲେଇ ,ସନ୍ତୋଷ ନାୟକ, ଅରୁଣ ସ୍ୱାଇଁ, ଭିକାରି ପଲେଇ, ମଣ୍ଟୁ ସ୍ୱାଇଁ, ସଞ୍ଜୟ ପାତ୍ର, ଅନ୍ତର୍ଯ୍ୟାମୀ ଜେନା, ଜିଲୁ,ସମୀର, ଅମୀର,କିରନ,ରାମ,ପ୍ରକାଶ, ଚିନ୍ମୟ,ଚନ୍ଦନ ପ୍ରମୁଖ ଙ୍କ ଉପସ୍ଥିତି ରେ ସ୍ବର୍ଗତ ଦୀପକ ଙ୍କ ପିତା ବଂଶୀଧର ପଲେଇ ଦ୍ବୀପ ପ୍ରଜ୍ବଳନ କରିଥିଲେ |ପରେ ଜାତୀୟ ସଂଗୀତ ଗାନ କରାଯାଇ ଯୁବ ଖେଳାଳି ଶ୍ରୀ କମଳ ସ୍ୱାଇଁ ଙ୍କ ଦ୍ୱାରା ସ୍ବର୍ଗତ ପ୍ରଦୀପଙ୍କ ପିତା ବଂଶୀଧର ପଲେଇ ଙ୍କୁ ସାନମାନିତ କରାଯାଇଥିଲା |ଯୁବ ଖେଳାଳି ପ୍ରଦୀପ ଙ୍କ ଅକାଳ ବିୟୋଗରେ ତାଙ୍କୁ ସ୍ମରଣ କରିବା ସହିତ ଯୁବ ଖେଳାଳିଙ୍କ ମଧ୍ୟରେ ଏକତା ବଜାୟ ରଖିବା ପାଇଁ ଉପସ୍ଥିତ ଅତିଥି ଗଣ ମତବ୍ୟକ୍ତ କରିଥିଲେ |ସମସ୍ତ ଯୁବ ଖେଳାଳି ବରିଷ୍ଠ ଖେଳାଳିଙ୍କ କଥା ମାନି ଆଗକୁ ନିଜର ଖେଳ ବଜାୟ ରଖିବାକୁ ଶ୍ରୀ ଜନାର୍ଦନ ଅଚାରୀ ଯୁବ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ |ଆଜିର ଉଦ୍ଘାଟନୀ ମ୍ୟାଚ ରେ ମଥୁରା ଦଳ ସହିତ ଭିକାପଡା ଦଳ ମଧ୍ୟରେ ମୁକାବିଲା ହୋଇଥିଲା |ଏହି ମ୍ୟାଚ କୁ ମଥୁରା ଦଳ 2-0 ସେଟ ରେ ଜିତି ନେଇଥିଲା | ବିଜୟ କୁମାର ଡାକୁଆ ଓ ଅଖୟ କୁମାର ଡାକୁଆ ଉକ୍ତ ମ୍ୟାଚ କୁ ପରିଚାଳନା କରିଥିବା ବେଳେ, ସୁପ୍ରସିଦ୍ଧ ଭାଷ୍ୟକାର ବଳରାମ ପଲେଇ ନିଜର ଭାଷ୍ୟ କଳା ମାଧ୍ୟମରେ ରେ ଦର୍ଶକ ଙ୍କ ମନ ମୋହିଥିଲେ |

LEAVE A REPLY

Please enter your comment!
Please enter your name here