ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ;ଗୋଇଲୁଣ୍ଡି ଟିମ୍ ଚମ୍ପିୟାନ

0
296

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ୧୫ ଦିନଧରି ଚାଲି ଥିବା କ୍ରିକେଟ ମ୍ୟାଚ୍ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନି ମ୍ୟାଚ ଗୋଇଲୁଣ୍ଡି ଟିମ୍ ଓ କରଚୁଲି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗୋଇଲୁଣ୍ଡି ଟିମ୍ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ସମସ୍ତ ଉଇକେଟ୍ ହରାଇ ୯୩ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ କରଚୁଲି ଟିମ ୯୨ ରନ୍ କରି ଅଲ୍ ଆଉଟ୍ ହୋଇଥିବା ବେଳେ ଗୋଇଲୁଣ୍ଡି ଟିମ୍ ବିଜୟୀ ହୋଇଥିଲା। ଅତିଥି ଭାବରେ କଳମ୍ବ ପଞ୍ଚାୟତ ସରପଞ୍ଚ ପ୍ରତିନଧି ପ୍ରଦୀପ କୁମାର ଜେନା , ବାଲିପଦର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ଓ ଗ୍ରାମର ସଭାପତି କାମଦେବ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଜୟୀ ଗୋଇଲୁଣ୍ଡି ଟିମ୍ କୁ ମାନପତ୍ର ସହ ଚମ୍ପିୟାନ ଟ୍ରଫି ଓ କରଚୁଲି ଟିମ୍ କୁ ରନର୍ସ ଅପ ସିଲଡ଼ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହିମା ନାୟକ , କାହ୍ନୁ ଚରଣ ଗୌଡ଼, ଅରୁଣ କୁମାର ଭୋଳ, ଅଜୁ ମହାରଣା ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ ର ପରିଚାଳନା ଦାୟିତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here