ଡାବୁଗାଁରେ କଂଗ୍ରେସ ର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ସଫଳ

0
410

ଡାବୁଗାଁ(ଗଗନ ଗନ୍ତାୟତ)କଂଗ୍ରେସ ର ଓଡିଶା ବନ୍ଦ ଡ଼ାକରାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ଡାବୁଗାଁ ବ୍ଲକ ରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ପିସିସ ସଭାପତି ଓ ନବରଙ୍ଗପୁର ଜିଲା ସଭାପତି ଙ୍କ ନିର୍ଦେଶରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଙ୍କ ନେତୃତ୍ୱ ରେ ଏହି ବନ୍ଦ ପାଳନ ସକାଳ ସାତ ରୁ ମଧ୍ୟାହ୍ନ ଗୋଟେ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହି ବନ୍ଦ ପାଳନ ପେଟ୍ରୋଲ ,ଡିଜେଲ , ଗ୍ୟାସ ଦର ବୃଦ୍ଧି ,ଚାଷୀ ଙ୍କ ସମସ୍ୟା ,ବେକାରୀ ଙ୍କୁ ଅଣଦେଖା ପ୍ରତିବାଦ ସହ ରାଜ୍ୟ ର ଜଳ ,ଜମି ଓ ରାଜ୍ୟ ବାସି ଙ୍କୁ ସୁରକ୍ଷା ଦେଇ ପାରୁ ନଥିବା ଆଦି ସମସ୍ୟା ଦିଗ କୁ ନେଇ ଏହି ବନ୍ଦ ପାଳନ କରା ଯାଇଛି । ଏହି ବନ୍ଦ ପାଳନ ସମୟରେ ଡାବୁଗାଁ ସମସ୍ତ ଦୋକାନ ବଜାର ବନ୍ଦ କରିବାସହ ଗାଡି ମୋଟର ବନ୍ଦ କରାଯାଇଛି । ଏହି ବନ୍ଦ ପାଳନ ସମୟରେ ସରକାରୀ ଅଫିସ ଓ ବେସରକାରୀ ଅଫିସ କୁ ମଧ୍ୟ ବନ୍ଦ କରାଯାଇଥିଲା । ଏହି ବନ୍ଦ ପାଳନ ସମୟରେ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ , ବ୍ଲକ ର ୩ ଜଣ ଉପସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା , ବାବି ଜେନା , ଗୁପ୍ତ ବିଶୋଇ , ବ୍ଲକ ଚେୟାରମେନ ବଂଶୀଧର ମାଝୀ , ବ୍ଲକ ଯୁବ କଂଗ୍ରେସ ସଭାପତି ପିଣ୍ଟୁ ଜେନା, କର୍ମୀ ସୁରେଶ ସାମଲ , ଟି ମୁରଲୀ , ଭଗବାନ ଖୁଣ୍ଟିଆ , କେଶବ ରେଲି , ସସି ମାଝୀ , ଧବଳ ନାୟକ , ପ୍ରଶାନ୍ତ ଖୁଣ୍ଟିଆ, ଶାନ୍ତନୁ ଖୁଣ୍ଟିଆ , ଜୁରେଶ୍ୱର ପଣ୍ଡା , ତାରିଣୀ ରେଲି ,ଓ ବିବିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ମେମ୍ବର ଏବଂ ବ୍ଲକ ର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ । ଡାବୁଗାଁ ରେ ଏହି ବନ୍ଦ ପାଳନ ସଫଳର ସହ ହୋଇଥିଲା ।

LEAVE A REPLY

Please enter your comment!
Please enter your name here