ଧରାକୋଟ ରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ

0
298

ଧରାକୋଟ(କାଳୁ ଚରଣ ମହାପାତ୍ର) ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦେଶ କ୍ରମେ ଧରାକୋଟ ବ୍ଲକ କଂଗ୍ରେସ ଅହେତୁକ ତୈଳ ଦର ଏବଂ ଗେସ ଦର ପ୍ରତି ବଦରେ ଓଡିଶା ବନ୍ଦ ଡାକରା ପାଳି ତ ହୋଇଥିଲା l ପ୍ରଥମେ ଗାନ୍ଧୀ ଛକ ଠାରୁ ବାଇକ ରାଲି ରେ ବାହାରି ଧରାକୋଟ ର ବ୍ଲକ, ତହସିଲ, ବ୍ୟାଙ୍କ, ସମେତ ଦୋକାନ ବଜାର ବନ୍ଦ କରିବା ସହ ବନ୍ଦ ଡାକରା କୁ ସହଯୋଗ କରି ସଫଳ କରିବା ଅନୁରୋଧ କରି ଥିଲେ l 59-ନମ୍ବର ଜାତୀୟ ରାଜପଥ ତାଲପାଟଣା ଛକ, ହନୁମାନଦ୍ଵାର, ଢଉଁ ଗାଁ ଛକ ପ୍ରମୁଖ ସ୍ଥାନ ମାନଙ୍କ ରେ ଟାୟାର ଜlଳି ରାସ୍ତା ଅବରୋଧ କରିଥିଲେ l ଏଥିରେ ବିଧାୟକ ପ୍ରତିନିଧି ଶତ୍ରୁଘନ ଗୌଡ଼, ସୋସିଆଲ ମିଡ଼ିଆ ରାଜ୍ୟ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ପୂର୍ବତନ ସମିତିସଭ୍ୟ ଭିକାରି ଚରଣ ପାତ୍ର, ବାହାରପୁର ସରପଞ୍ଚ, ଜଗମୋହନ ସରପଞ୍ଚ, ବ୍ଲକ କଂଗ୍ରେସ ସଭାପତି ସୁନୀଲ କୁମାର ଚୌଧୁରୀ, ଯୁବନେତା ହିମାଂଶୁ ଶେଖର ସ୍ୱାଇଁ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l

LEAVE A REPLY

Please enter your comment!
Please enter your name here