ଅହଲ୍ୟା ଦେବୀ ମହିଳା ବିଦ୍ୟାଳୟରେ ସ୍ୱାଗତ ସମାରୋହ

0
321

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଅହଲ୍ୟା ଦେବୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ବ୍ରଜ କିଶୋର ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ପୁଜାରୀ, ବାଲିପଦର ଉନ୍ନୟନ ପରିଷଦ ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ବାଲିପଦର କଲେଜ ଅଧ୍ୟକ୍ଷ ଡଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରତ୍ନାକର ମହାରଣା, ସମାଜସେବୀ କେ.ନୀଳମାଧବ ଆଚାରୀ ଓ ରମେଶ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ନାରୀ ଶିକ୍ଷା କ୍ଷେତ୍ରରେ ଅଞ୍ଚଳ ସୁନାମ ଅର୍ଜନ କରିଥିବା ବେଳେ ଗତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଟପ୍ପର ହାସଲ କରିଥିବା ଛାତ୍ରୀମାନଙ୍କ ସଂପର୍କରେ ମହାବିଦ୍ୟାଲୟ ଅଧ୍ୟକ୍ଷ ତଥା ଗବେଷକ ଡ଼ଃ ପାଢୀ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ ପରେ କୃତୀ ଛାତ୍ରୀମାନଙ୍କୁ ମାନ୍ୟବର ବିଧାୟକ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ । ନାରୀଶିକ୍ଷାର ପ୍ରଚାର ପ୍ରସାର ହୋଇପାରିଲେ ଆମ ଅଞ୍ଚଳର ବିକାଶ ଆପେ ଆପେ ହୋଇପାରିବ ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। କଲେଜର ସିନିୟର ଛାତ୍ରୀଗଣ ଜୁନିୟରମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ। ଶେଷରେ କଲେଜର ପରିଚାଳକ ବୃନ୍ଦାବନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here