କ୍ଳଷ୍ଟର ସ୍ତରୀୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଓ ତାଲିମ ଶିବିର ଉଦଘାଟିତ

0
349

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ଠାରେ ଭାରତୀୟ ରେଡ୍ କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ବର ଆନୁକୁଲ୍ୟରେ ଏକ କ୍ଳଷ୍ଟର ସ୍ତରୀୟ ତିନି ଦିନିଆ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ପ୍ରଶିକ୍ଷଣ ଓ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । କଲେଜର ଅଧକ୍ଷ ପ୍ରଫେସର ନୃସିଂହ ଚରଣ ପ୍ରଧାନ ପ୍ରଥମେ ରେଡ଼କ୍ରସ ପତାକା ଉତ୍ତୋଳନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇ ଥିଲେ। ପରେ ପରେ ଉଦଘାଟନୀ ଉତ୍ସବ ରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ରାୟ ଓ ମୂଖ୍ୟ ବକ୍ତା ଭାବେ ଭଞ୍ଜନଗର କଲେଜର ପ୍ରାକ୍ତନ ଅଧକ୍ଷ ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଆଞ୍ଚଳିକ ଡିଗ୍ରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ । ଅତିଥି ମାନେ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କର ସମାଜ ପ୍ରତି ଦାୟିତ୍ଵ, ବିପର୍ଯ୍ୟୟ ସମୟରେ ସେବା ପ୍ରଦାନ କରିବା, ସଡକ ସୁରକ୍ଷା କରିବା ସମ୍ପର୍କରେ ଉଦବୋଧନ ଦେଇଥିଲେ ଏବଂ ସଭାର ଉଦ୍ଦେଶ୍ଯ ସହ ସ୍ଵାଗତ ଅଭିଭାଷଣ ଜ୍ଞାପନ କରିଥିଲେ ରେଡ୍ କ୍ରସ୍ କାଉନ୍ସିଲର ପ୍ରଫେସର ଲୋକନାଥ ମହାନ୍ତି, ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ସ୍ଵେଚ୍ଛାସେବୀ ତୁଳସୀ ସେନାପତି ଏବଂ ଧନ୍ଯବାଦ ଅର୍ପଣ କରିଥିଲେ ମାଣିତରା ବିଜ୍ଞାନ ମହାବିଦ୍ୟାଳୟର ରେଡ୍ କ୍ରସ୍ କାଉନ୍ସିଲର ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ। ପରେ ପରେ ପ୍ରଥମେ ଅଧିବେଶନରେ ଭଞ୍ଜନଗର ସଡକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ରାୟ ସଡକ ସୁରକ୍ଷାର ନିରାପତ୍ତା, କାରଣ ଓ ଆଇନ କାନୁନ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ସମାଜ ସେବାରେ ରେଡ଼କ୍ରସ ସ୍ଵେଚ୍ଛାସେବୀ ଙ୍କ ଭୂମିକା ଶୀର୍ଷକ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଅପରାହ୍ନ ଅଧିବେଶନରେ ସ୍ଵେଚ୍ଛାସେବୀ ମାନଙ୍କୁ ରେଡ୍ କ୍ରସ୍ ର ଇତିହାସ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ରେଡ୍ କ୍ରସ୍ କାଉନ୍ସିଲର ପ୍ରଫେସର ଲୋକନାଥ ମହାନ୍ତି । ଏହି ଶିବିରରେ ଆଞ୍ଚଳିକ ଡିଗ୍ରୀ କଲେଜ, ଜଗନ୍ନାଥ ପ୍ରସାଦ, ମାଣିତରା ବିଜ୍ଞାନ ମହାବିଦ୍ୟାଳୟ, ମାଣିତରା ଓ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ର ମୋଟ ୨୫ ଜଣ ସ୍ଵେଚ୍ଛାସେବୀ ଯୋଗ ଦେଇଥିଲେ । ଅଧିବେଶନ ଶେଷରେ କାଉନ୍ସିଲର ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲ । ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲୁ ରହିବ ବୋଲି ଅଧ୍ୟକ୍ଷ କହିଥିଲେ।

LEAVE A REPLY

Please enter your comment!
Please enter your name here