ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ବୈଠକ

0
275

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସର ମଧ୍ୟରେ ନବମ ଓ ଦଶମ ଶ୍ରେଣୀର ଅଭିଭାବକ ଓ ଅଭିଭାବିକା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ଅଭିଭାବକ ସୁକାନ୍ତ କୁମାର ତ୍ରିପାଠୀ ମା’ସରସ୍ବତୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ | ପ୍ରଧାନଆଚାର୍ଯ୍ୟ ନିରଞ୍ଜନ ଡାକୁଆ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ବୈଠକ ଆହ୍ୱାନର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ | ଅଭିଭାବକ ଓ ଅଭିଭାବିକା ମାନେ ନିଜେ ନିଜର ପରିଚୟ ପ୍ରଦାନ କରି ନିଜ ନିଜର ଅସୁବିଧା ଓ ସମସ୍ୟା ଉପସ୍ଥାପନା କରିଥିଲେ | ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଡାକୁଆ ଅଭିଭାବକମାନଙ୍କର ସମସ୍ୟା ର ସମାଧାନ କରିବା ସହିତ ନବମ ଶ୍ରେଣୀ ଶିଶୁ ଙ୍କର ପାଠପଢା ନିମନ୍ତେ କରିଥିବା ଯୋଜନା ଦଶମ ଶ୍ରେଣୀ ଶିଶୁ ଙ୍କର ପାଠପଢା, ପରୀକ୍ଷା ଓ ଆଗାମୀ ଯୋଜନା ବିଷୟରେ ଉପାଦେୟ ଯୋଜନା ଅଭିଭାବକ ସମୁଖରେ ଉପସ୍ଥାପନା କରିଥିଲେ | ନବମ ଓ ଦଶମ ଶ୍ରେଣୀ ପାଠ୍ୟ ଦାନ କରୁଥିବା ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଓ ଅଭିଭାବକ ମଧ୍ୟରେ ପାଠପଢା ସମ୍ପର୍କୀୟ ମୁକ୍ତ ଆଲୋଚନା ହୋଇଥିଲା |ପରିଚାଳନା କମିଟି ର ସମ୍ପାଦକ ଅନନ୍ତ କୁମାର ଦାଶ ଓ ସଦସ୍ୟା ମନୋରମା ମିଶ୍ର ଛାତ୍ରଛାତ୍ରୀ ଙ୍କ ଉନ୍ନତି ନିମନ୍ତେ ଉପାଦେୟ ବ୍ୟକ୍ତବ୍ୟ ପ୍ରଦାନ କରିବା ସହିତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା , ଛାତ୍ରଛାତ୍ରୀ, ଅଭିଭାବକ,ଅଭିଭାବିକା ପରସ୍ପର ସହଯୋଗ କରିବାକୁ ମତ ରଖିଥିଲେ | ଶେଷରେ ବିଦ୍ୟା ମନ୍ଦିର ପ୍ରମୁଖ ବିରଞ୍ଚି ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here