ଵିଶ୍ବ ଏଡ଼ସ୍ ଦିବସ ପାଳନ

0
224

ଛତ୍ରପୁର: ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁର ପ୍ରକଳ୍ପ ଆନୂକୂଲ୍ୟରେ ଗୁରୁଵାର ଦିନ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ଅଧିନସ୍ଥ ଜଗନ୍ନାଥପୁର ରେଳ ଫାଟକ ଭାରତୀୟ ଖାଦ୍ୟ ନିଗମ,ଏଫ ସି ଆଇ,ସମ୍ମୁଖରେ ଵିଶ୍ବ ଏଡ଼ସ ଦିବସରେ ଜନ ସଚେତନତା ସୃଷ୍ଟି କରାଯିବା ସହ ଜନସାଧାରଣ ଓ ଟ୍ରକ୍,ବସ୍,ମୋଟର ସାଇକେଲ ଆରୋହିଙ୍କୁ ପ୍ରଚାର ପତ୍ର ଵଣ୍ଟନ ସହ ଏଡ଼ସ୍ ଦିବସ ଉପରେ ସେଚ୍ଛାସେବୀ ମାନେ ଏଡସ୍ ରୋଗ କିପରି ହୂଏ ତାପ୍ରତି କାର ଉପରେ ଜନ ସାଧାରଣ ମାନଙ୍କୁ ଅବଗତ କରାଇଥିଲେ । ଏଥିରେ ଟାଟାଷ୍ଟିଲ୍ ଫାଉଣ୍ଡେସନର ଗୋପାଳପୁର ଶାଖା ମୂଖ୍ୟର ର୍କିମାର୍ଟିନ ଙ୍କ ପ୍ରତ୍ୟେକ ତତ୍ବାଧିନରେ ଆୟୋଜିତ ସଚେତନତା ପ୍ରଦ ର୍ଶନୀ ସହ ଏଡସ୍ ରୋଗ ସମ୍ପର୍କ ପୁସ୍ତକ ଓ କଣ୍ଡୋମ ଵଣ୍ଟନ, ଆଦି କାର୍ଯ୍ୟ ସହ ଏଡ଼ସ୍ ରୋଗରୁ କାରଣ ଓ ନିରା କରଣ ଉପରେ ପରାମର୍ଶ ସେଵା ସମ୍ପର୍କରେ ସଚେତନତା କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ଡା ଇ.ପି ରାଓ,ଡା ଏମ୍.ଏସ୍ ପଣ୍ଡା ଟାଟାଷ୍ଟିଲ୍ ମୁଖ୍ୟ ପ୍ରଵନ୍ଧକ ବିଜୟ କୁମାର ମହାପାତ୍ର,ସୂରୁପ ସାହୁ ଏସଜେଡି ମୂଖ୍ୟ ସବ୍ୟସାଚି କର ଯୋଗ ଦେଇଥିବା ବେଳେ ସାମାଜିକ କର୍ମୀ ଅରୁଣ କୁମାର ଶତପଥୀ ସଂଯୋଜନା କରିଥିଲେ । ଏବଂ ଟାଟାଷ୍ଟିଲ ଫାଉଣ୍ଡେସନର ସ୍ବେଚ୍ଛାସେବୀ ସଂଗଠନ ପରିଚାଳନାରେ ସହଯୋଗ କରିଥିଲେ ।ସୂଚନାଯୋଗ୍ୟ ସେହି ସ୍ଥାନରେ ଗତବର୍ଷ ଡ଼ିସେମ୍ବରରେ ଏକ ତାରିଖ ଦିନ ଏଡସ୍ ଦିବସ ଜଗନ୍ନାଥ ପୁର ରେଳ ଫାଟକ ସମ୍ମୂଖରେ ରହି ଥିଲା ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here