ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀଙ୍କୁ କୋଭିଡ୍ ଟୀକା କରଣ

0
287

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର):କୁକୁଡ଼ାଖଣ୍ଡି ବ୍ଲକ, ତହସିଲ ଓ ସଦର ଥାନାରେ କାର୍ଯ୍ୟରତ ଥିବା ପ୍ରଶାସନ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ କ୍ରମେ ଟୀକା କରଣ କରାଯାଇଛି।କୁକୁଡ଼ାଖଣ୍ଡି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଟୀକା କରଣ କକ୍ଷରେ ଅନୁଷ୍ଠିତ ହୋଇଥିବା ଟୀକାକରଣ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡିର ଦୁଇ ପ୍ରଶାସନିକ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଓ ତହସିଲଦାର ଇପ୍ସିତା ପ୍ରିୟଦର୍ଶୀନୀ ମିଶ୍ର ପ୍ରଥମେ କରୋନା ଟୀକା ନେଇଥିଲେ।ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ କର୍ମଚାରୀ ମାନଙ୍କୁ କରୋନା ଟୀକା ନେବା ପାଇଁ ପ୍ରୋଛାହିତ କରିଥିଲେ।ଯାହାଫଳରେ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ଏବଂ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କୋଭିଡ୍ ଟୀକା ନେଇଥିଲେ।ସେହିଭଳି ବ୍ରହ୍ମପୁର ସଦର ଥାନା ପରିସରରେ ଅନୁଷ୍ଠିତ ହୋଇଥିବା କୋଭିଡ ଟୀକା କରଣ କାର୍ଯ୍ୟକ୍ରମରେ ସଦର ଏସଡିପିଓ ଜୟନ୍ତ ମହାପାତ୍ର, ଥାନା ଅଧିକାରିଣୀ ସନ୍ତୋସିନି ଓରାମଙ୍କ ସମେତ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ କୋଭିଡ୍ ଟୀକା ନେଇଥିଲେ।ଏହି ଟୀକା କରଣ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାମଚନ୍ଦ୍ର ମହାପାତ୍ର,ଏଏନ୍ଏମ୍ କେ.କ୍ରିଷ୍ଣା କୁମାରୀ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଟୀକା ଦାନ ଆସନ୍ତା ସୋମବାର ଓ ମଙ୍ଗଳବାର ମଧ୍ୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଟୀକା କରଣ ଅଧିକାରୀ ସନ୍ତୋଷ କୁମାର ସାହୁ।

LEAVE A REPLY

Please enter your comment!
Please enter your name here