ମନ୍ତ୍ରୀ ଦେଲେ କାର୍ଯ୍ୟର ମାସିକିଆ ହିସାବ, ‘ଯାଞ୍ଚ’ କରିବେ ମୁଖ୍ୟମନ୍ତ୍ରୀ

0
653

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତମାସରେ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗର ସମୀକ୍ଷା ରିପୋର୍ଟ ଦାଖଲ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ମନ୍ତ୍ରୀ ନିଜ ବିଭାଗର କାର୍ଯ୍ୟର ସମୀକ୍ଷା ରିପୋର୍ଟ ଦାଖଲ କରିଛନ୍ତି। ଗତ ୨-୩ ଦିନ ମଧ୍ୟରେ ୬ଜଣ ମନ୍ତ୍ରୀ ନିଜର ରିପୋର୍ଟ ଦାଖଲ କରିଥିବାବେଳେ ବାକିଥିବା ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସବୁ ରିପୋର୍ଟ ସହ ବାସ୍ତବ ସ୍ଥିତିକୁ ଯାଞ୍ଚ କରିବା ପରେ ବିଭାଗୀୟ ମନ୍ତ୍ରୀ ଓ ଅଫିସରଙ୍କୁ ଡକାଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ମନ୍ତ୍ରୀମାନଙ୍କୁ ପ୍ରତିମାସ ୭ତାରିଖ ସୁଦ୍ଧା ନିଜ ବିଭାଗୀୟ କାର୍ଯ୍ୟର ହିସାବ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here