ଭଞ୍ଜନଗର ଥାନା ଇଲାକାରେ ପୃଥକ ପୃଥକ ୩ ଟି ଦୁର୍ଘଟଣା ରେ ଜଣେ ମୃତ;୩ ଗୁରୁତର

0
1700

ଭଞ୍ଜନଗର(ନିଲୁ ବିଷୋୟୀ) ଶୁକ୍ରବାର ଅପରାହ୍ନରେ ସମୟରେ ଭଞ୍ଜନଗର ଥାନା ଇଲାକାରେ ୩ ଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଭାବେ ଆହତ ହୋଇ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସହର ଉପକଣ୍ଠ ଗଣ୍ଡିଶୂଳା ନିକଟରେ ଏକ ବସ୍ ସହ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ହୋଇଥିବା ବେଳେ ବାଇକରେ ବସିଥିବା ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୂଆଗାଁ ଗ୍ରାମର ରୀନା ସାହୁ(୩୩)। ରୀନାଙ୍କ ବାପ ଘର ଖୁଖୁଣ୍ଡିଆରେ ହୋଇଥିବା ବେଳେ ବେଲଗୁଣ୍ଠା ଗ୍ରାମର ମଙ୍ଗୁଳୁ ପାତ୍ର(୩୪)ଙ୍କ ସହିତ ସୋରାଦେବୀ ମନ୍ଦିର ପଟକୁ ଯାଉଥିଲେ। ଏହି ସମୟରେ ବାଟରେ ଗଣ୍ଡିଶୂଳ ଗ୍ରାମ ଛକ ନିକଟରେ ଏକ ବସ୍ ପାର୍ଶ୍ବକୁ ଧକ୍କା ହୋଇ ଉଭୟ ରାସ୍ତା ଉପରେ ଛିଟିକି ପଡିଥିଲେ। ଯାହା ଫଳରେ ରୀନା ବସ୍ ଚକା ତଳେ ପଡି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗୁଳୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାକୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନା ଏବଂ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ରୀନାର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଗୃହରେ ରଖିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ ଟି ପଳାଇ ଯାଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ସେହିପରି ବ୍ରହ୍ମପୁର ସଦର ଥାନା ବରପଲ୍ଲୀ ଗ୍ରାମର ସଞ୍ଜୟ ଦାସ ନିଜ ବାଇକ୍ ରେ ଯାଉଥିବା ବେଳେ ଭେରେଡା ଛକ ଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଯାହା ଫଳରେ ତାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି। ତୁରନ୍ତ ସଞ୍ଜୟକୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହପରି ଭଞ୍ଜନଗର ଥାନା ଗମ୍ଭାରୀ ଗୋଚ୍ଛାରେ ଏକ ପଥର ଉପରେ ବାଇକ୍ ଚଢି ଯିବାରୁ ଜଣେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଲଣ୍ଡେଇସାହିର ଗୋପାଳ ଚନ୍ଦ୍ର ଗୌଡଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଗୌଡ ନିଜ ବନ୍ଧୁଙ୍କ ସହ ଡହ ବୁଲିବା ପାଇଁ ଯାଇ ଫେରୁଥିବା ବେଳେ ଗମ୍ଭାରୀଗୋଚ୍ଛା ଠାରେ ଏକ ପଥର ଉପରେ ତାଙ୍କ ବାଇକ ଚଢି ଯିବାରୁ ଗୁରୁତର ଭାବେ ଆହାତ ହୋଇଥିଲେ। ୧୦୮ ଆମ୍ଭୁଲାନ୍ସ୍ ଯୋଗ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here