କୋଡ଼ିଙ୍ଗା ରେ ଭୂମିହୀନ ଙ୍କୁ ପଟ୍ଟା ବାଣ୍ଟିଲେ ବିଧାୟକ

0
428

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲ କାର୍ଯ୍ୟାଳୟ ଠାରେ ଆଜି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଦ୍ଵାରା କୋଷାଗୁମୁଡା ବ୍ଲକ ର ଭୂମିହୀନ ଗରିବ ଲୋକଙ୍କୁ ଆଜି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିବା ଜଣାପଡିଛି । କୋଷାଗୁମୁଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ୧୪୩ ଜଣ ଭୂମିହୀନ ଗରିବ ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ଗୀତାମଣି ସମରଥ , କୋଡ଼ିଙ୍ଗା ତହସିଲଦାର ସହଦେଵ କୂଟୁରୁକା , ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା , ସାଂସଦ ପ୍ରତିନିଧି ତଥା ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ସିଂ , ମୋହନ ମାଝୀ ଙ୍କ ସମେତ କୋଡ଼ିଙ୍ଗା ତହସିଲ କାର୍ଯ୍ୟାଳୟ ର ସମସ୍ତ ସରକାରୀ କର୍ମଚାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here